ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଉପରେ ଚୀନ୍ ନିଜର ବିସ୍ତାରବାଦ ନୀତି ଆପଣାଇଛି। ଏହା କାରଣରୁ ଲଗାତାର ଭାବେ ଭାରତ ଓ ଚୀନ୍ ସୀମାରେ ଉତ୍ତେଜନା ଦେଖିବାକୁ ମିଳୁଛି। ଏହି ସମସ୍ୟାର ସମାଧାନ କଥାବାର୍ତ୍ତା ମାଧ୍ୟମରେ ହୋଇପାରିବ ନାହିଁ। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଏଭଳି ବୟାନ ଏବେ ଭାରତକୁ ଚିନ୍ତାରେ ପକାଇଦେଇଛି।

ଆମେରିକାରର ଜାତୀୟ ସୁରକ୍ଷା ପରାମର୍ଶଦାତା ରୋବର୍ଟ ଓ ବ୍ରାଏନ୍ କହିଛନ୍ତି ଯେ, ଭାରତ ସୀମାରେ ଚୀନ ନିଜର ଆକ୍ରମଣାତ୍ମକ ମନୋଭାବ ଜାରି ରଖିଛି। ଏହାର ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକ ହେଉଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରିନାହିଁ। ଯେଉଁ କାରଣରୁ  ଦୁଇ ଦେଶର ସେନା ଅନେକ ଥର ମୁହାଁମୁହିଁ ହେଉଛନ୍ତି। କଥାବାର୍ତ୍ତା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ଭାରତ ଓ ଚୀନ ସୀମାରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ଦୁଇ ଦେଶର ସେନା ମଧ୍ୟ ମୁହାଁମୁହିଁ ହେଉଛନ୍ତି। ଏନେଇ ଭାରତ ପକ୍ଷରୁ ଅନେକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁନାହିଁ।

Comment