ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ନିୟମ ଉଲ୍ଲଙ୍ଘନ କରି ଅଡ଼ୁଆରେ ପଡ଼ିଛନ୍ତି ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତରାୟ। ତାଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ପୋଲିସ।

ଉମା ଗତ ୨୮ ତାରିଖରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କୋଭିଡ ପଜିଟିଭ ଥାଇ ଗତ ରବିବାର ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ ଉମା। ଏନେଇ ଜଗନ୍ନାଥ ସେନା ଓ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହେବା ପରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ମାମଲା ରୁଜୁ କରିଥିବା ନେଇ ଜଣାପଡ଼ିଛି।

ଉମାଙ୍କ ନାଁରେ ଦଫା ୨୬୯, ୨୭୦ରେ ମାମଲା ରୁଜୁ ହୋଇଛି। ତେବେ କେବଳ ଉମା ନୁହଁନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ପଜିଟିଭ ଥାଇ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ପୁରୀରେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ଯୋଗ ହୋଇଛି।

Comment