ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦୬କୁ ବୃଦ୍ଧି ଘଟିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକରୁ ୨, ବାଲେଶ୍ୱର, ବଲାଙ୍ଗିର ଓ ଗଞ୍ଜାମରୁ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଞ୍ଜରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ଯାଇଛି।

ଖୋର୍ଦ୍ଧାର ୫ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରର ୬୨, ୬୬, ୭୮ ବର୍ଷୀୟ ପୁରୁଷ ଥିଲା ବେଳେ ଅନ୍ୟ ୨ ମୃତକ ୫୧ ଓ ୬୨ ପୁରୁଷ। କଟକର ୨ ମୃତକ ହେଲେ ୩୫ ଓ ୭୦ ବର୍ଷୀୟ ପୁରୁଷ।

ସେହିପରି ବାଲେଶ୍ୱରର ୪୪, ବଲାଙ୍ଗିରର ୩୬, ଗଞ୍ଜାମର ୬୧, ଯାଜପୁରର ୪୦, କେନ୍ଦ୍ରାପଡ଼ାର ୬୦, ମୟୂରଭଞ୍ଜର ୩୭, ସୁନ୍ଦରଗଡ଼ର ୬୯ ପରୁଷ ଜଗତସିଂହପୁରର ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି।

Comment