ଓଡ଼ିଶାଲାଇଭ୍ ବ୍ୟୁରୋ

ବିସ୍କୁଟ ବିଜ୍ଞାପନକୁ ନେଇ ବିବାଦ। ଏହି କଥାଟି ଆପଣଙ୍କୁ ଟିକେ ଅଜବ ଲାଗିପାରେ, ହେଲେ କଥାଟି ପୂରାପୁରି ସତ। ପାକିସ୍ତାନରେ ଏକ ବିସ୍କୁଟ ବିଜ୍ଞାପନକୁ ନେଇ ସେଠାରେ ଏକ ବଡ଼ ଧରଣର ବିବାଦ ଦେଖିବାକୁ ମିଳିଛି।

ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଏହି  ବିଜ୍ଞାପନଟି ଦେଖାଯାଉଥିଲା। ଯେଉଁଥିରେ ଅଭିନେତ୍ରୀ ମହାବିଶ ହୟାତ ଅଭିନୟ କରିଥିଲେ। ହେଲେ ସେହି ବିଜ୍ଞାପନରେ ତାଙ୍କର ନୃତ୍ୟକୁ ନେଇ ବିବାଦ ଦେଖିବାକୁ ମିଳିଛି। ତାଙ୍କର ନୃତ୍ୟକୁ କିଛି ଲୋକ ଅଶ୍ଲୀଳ କହିବା ସହିତ ତୁରନ୍ତ ଏହି ବିଜ୍ଞାପନକୁ ବନ୍ଦ କରିବାକୁ କହିଛନ୍ତି।ଅନ୍ୟପଟେ ଲୋକଙ୍କ ଏହି ବିରୋଧ ପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡିଆ ରେଗୁଲେଟରୀ ଅଥୋରିଟି ଏହି ବିଜ୍ଞାପନ ଠିକ୍ କରିବା ନେଇ ବିଚାର କରିବାକୁ ପରାମର୍ଶ ଦେଇଛି।

ତେବେ ଅଭିନେତ୍ରୀ ମହାବିଶ ହୟାତଙ୍କ ସପକ୍ଷରେ କେତେକ ଲୋକ ବାହାରିଛନ୍ତି। ଏହି ବିଜ୍ଞାପନରେ ସେ କୌଣସି ପ୍ରକାର ଅଶ୍ଲୀଳତା ପ୍ରଦର୍ଶନ କରିନାହାନ୍ତି ବୋଲି ସେମାନେ କହିଛନ୍ତି।

Comment