ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ସାଓମି ଖୁବଶୀଘ୍ର ଭାରତରେ Redmi Note 10 ଲଞ୍ଚ୍ କରିବାକୁ ଯାଉଛି। ଏହି ଫୋନ୍‌କୁ ୧୦୮ ମେଗାପିକ୍ସେଲ କ୍ୟାମେରା ସହିତ ଲଞ୍ଚ୍ କରାଯିବ ବୋଲି କୁହାଯାଉଛି। ଯଦି ଏହା ସତ ହୁଏ ତେବେ Redmi Note 10 ଭାରତର ପ୍ରଥମ ସ୍ମାର୍ଟଫୋନ୍ ହେବ ଯେଉଁଥିରେ ୧୦୮ ମେଗାପିକ୍ସେଲର କ୍ୟାମେରା ମିଳିବ।

କୁହାଯାଉଛି ଯେ, ଏହି ଫୋନ୍‌ରେ ୧୦୮MPର ପ୍ରାଇମେରୀ କ୍ୟାମେରା ମିଳିବ। ଏହି ଫୋନ୍‌ J17 ମଡେଲରେ ଉପଲବ୍ଧ ହେବ। ସେହିପରି ଏଥିରେ ଗୋଟିଏ ମାଇକ୍ରୋ ଲେନ୍ସ ମଧ୍ୟ ରହିବ।ତେବେ ଅନ୍ୟ ଏକ ରିପୋର୍ଟ ମୁତାବକ ଏହି ଫୋନ୍ M2007J17C ମଡେଲରେ ଆସିବ। ଫୋନ୍‌ଟି ଅକ୍ଟୋବର ମାସରେ ଲଞ୍ଚ୍ ହେବ। ସାଓମିର ଏହି ଫୋନ୍‌ରେ ୫ଜି ସପୋର୍ଟ ମିଳିବ ବୋଲି କୁହାଯାଉଛି।

ତେବେ ଗତ ମାସରେ ଭାରତୀୟ ଟିପ୍ସଟର ଅଭିଷେକ ଯାଦବ କହିଥିଲେ ଯେ, Redmi Note 10 କୌଣସି ନୂଆ ଫୋନ୍ ନୁହେଁ। ଏହା Mi 10T Liteର ରିବ୍ରାଣ୍ଡେଡ୍ ଭର୍ସନ ଭାବେ ଉପଲବ୍ଧ ହେବ। Mi 10T Liteକୁ ଗତ ସେପ୍ଟେମ୍ବରରେ ଲଞ୍ଚ୍ କରାଯାଇଛି।ଏହି ଫୋନ୍‌ M2007J17C ମଡେଲରେ ହିଁ ଉପଲବ୍ଧ ହେଉଛି। ତେବେ ସାଓମି ଆନୁଷ୍ଠାନିକ ଭାବେ Redmi Note 10 ସ୍ମାର୍ଟଫୋନ୍ ବାବଦରେ କୌଣସି ବୟାନ ଜାରି କରିନାହିଁ।

Comment