ଓଡ଼ିଶାଲାଇଭ୍‌ ବ୍ୟୁରୋmental health

ପ୍ରତିବର୍ଷ ଅକ୍ଟୋବର ୧୦ରେ ପାଳନ କରାଯାଏ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’।

ଅଧିକାଂଶ ଲୋକ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବର୍ତ୍ତମାନର ଜୀବନ ଶୈଳୀ, ସମ୍ପର୍କରେ ପାଠ, ବିଭିନ୍ନ ପ୍ରକାର ଚିନ୍ତା ଲୋକଙ୍କୁ ମାନସିକ ରୋଗରେ ପୀଡିତ କରାଇଥାଏ।  ତେଣୁ ମାନସିକ ସ୍ୱାସ୍ଥ୍ୟ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଏ।

୧୯୯୨ ମସିହାରେ ପ୍ରଥମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଆରମ୍ଭ ହୋଇଥିଲା। ମିଳିତ ଜାତିସଂଘର ଜେନେରାଲ୍ ସେକ୍ରେଟେରୀ ରିଚାର୍ଡ ହଣ୍ଟ ଓ ଓ୍ୱାର୍ଲ୍ଡ ହେଲଥ ଫେଡେରେସନ ଅଫ୍‌ ମେଣ୍ଟାଲ ହେଲ୍‌ଥର ମିଳିତ ଉଦ୍ୟମରେ ଏହି ଦିନ ପାଳନ କରାଯାଇଥିଲା। ତେବେ ୧୯୯୪ରେ ମିଳିତ ଜାତିସଂଘର ତତ୍କାଳୀନ ମହାସଚିବ ଇଉଜିନ୍ ବ୍ରୋଡି ଏକ ଥିମ୍ ରଖି ଏହି ଦିନଟିକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ।  ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୦ରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ପ୍ରତିବର୍ଷ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଇଁ ଏକ ଥିମ୍ ସ୍ଥିର ହୋଇଥାଏ। ଏହି ଥିମ୍ ଉପରେ ଆଧାର କରି କାର୍ଯ୍ୟକ୍ରମ, ସେମିନାର ଏବଂ ଅନ୍ୟାନ୍ୟ କାର୍ଯ୍ୟାକ୍ରମ ହୋଇଥାଏ। ଏଥର ଥିମ୍ ହେଉଛି “increasing investment on psycho-social support amid pandemic’।

 

ଚାପରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଫର୍ମୁଲା

ପ୍ରତିଦିନ କିଛି ସମୟ ପାଇଁ ନିଜକୁ ସମସ୍ତ ପ୍ରସଙ୍ଗରୁ ଦୂରେଇ ରଖନ୍ତୁ। ଦିନସାରାର କାମ, ଚିନ୍ତା ଏହି ସବୁଥିରୁ ବିରତି ନେଇ ମନକୁ ଶାନ୍ତ ରଖନ୍ତୁ। ଏମିତି କରିବା ଦ୍ୱାରା ଏହା ଆପଣଙ୍କ ଅଭ୍ୟାସରେ ପରିଣତ ହେବ। ଫଳରେ ଆପଣ ହାଲକା ଅନୁଭବ କରିବେ।

ଖାଲି ସମୟରେ ଆପଣ କିଛି ଭଲ ବହି ପଢ଼ି ପାରିବେ। କିଛି ଲେଖାଲେଖି କରିବା ଅଭ୍ୟାସ ମଧ୍ୟ କରିବା ଦରକାର।

ଅନେକ ସର୍ଭେରୁ ଜଣାପଡ଼ିଛି ଯେ ମ୍ୟୁଜିକ୍‌ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ଏହି ଉପାୟ ଆପଣେଇ ପାରିବେ।

ସକଳେ ମର୍ଣ୍ଣିଂଓ୍ୱାକ୍‌ କରିପାରିବେ। ଏହାଦ୍ୱାରା କିଛି ସମୟ ଖୋଲାରେ ବିତାଇ ପାରିବେ।

ଛୁଟିଦିନକୁ ସଠିକ୍‌ ଭାବେ ବ୍ୟବହାର କରିବା ମଧ୍ୟ ଆବଶ୍ୟକ। ଏହି ଦିନ ସାଙ୍ଗମାନଙ୍କ ସହିତ ଫିଲ୍ମ ଦେଖିବାକୁ ଯାଆନ୍ତୁ। ଏଥସହ ଗେମ୍‌ ମଧ୍ୟ ଖେଳନ୍ତୁ।

Comment