ଓଡ଼ିଶାଲାଇଭ୍ ବ୍ୟୁରୋ

  • ସତ୍ୟନଗର ଶ୍ମଶାନରେ ବଢୁଛି ଶବଦାହ ସଂଖ୍ୟା
  • ଭୁବନେଶ୍ଵର ପାଇଁ ଆଉ ୨ ଶ୍ମଶାନ
  • ପଟିଆରେ ଗ୍ୟାସ୍‌ ଜରିଆରେ ଶବଦାହ ବ୍ୟବସ୍ଥା
  • ଖଣ୍ଡଗିରିରେ ବିଦ୍ୟୁତ୍ ଜରିଆରେ ଶବଦାହ ବ୍ୟବସ୍ଥା

ରାଜଧାନୀ ଭୁବନେଶ୍ଵର ପାଇଁ ନିର୍ମାଣ ହେବ ଆଉ ୨ଟି ଶ୍ମଶାନ। ପଟିଆ ଏବଂ ଖଣ୍ଡଗିରିରେ ଏହି ଦୁଇ ଶ୍ମଶାନ ନିର୍ମାଣ କରାଯିବ। ସୋମବାର ଏନେଇ ଭୁବନେଶ୍ଵର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚଉଧାରୀ ସୂଚନା ଦେଇଛନ୍ତି।

ପଟିଆରେ ଗ୍ୟାସ୍‌ ଜରିଆରେ ଶବଦାହ ବ୍ୟବସ୍ଥା କରାଯାଉଥିବା ବେଳେ ଖଣ୍ଡଗିରିରେ ବିଦ୍ୟୁତ୍ ଜରିଆରେ ଶବଦାହ ବ୍ୟବସ୍ଥା କରାଯାଉଛି। ତେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଶ୍ମଶାନ ସଂପୂର୍ଣ୍ଣ ହେବାକୁ ପ୍ରାୟ ଅଢ଼େଇ ମାସ ସମୟ ଲାଗିପାରେ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚଉଧାରୀ କହିଛନ୍ତି।

କୋଭିଡ ମୃତ୍ୟୁ ପାଇଁ ସତ୍ୟନଗର ଶ୍ମଶାନରେ ଶବଦାହ ସଂଖ୍ୟା ବୃଦ୍ଧି ହୋଇଛି। ପ୍ରତିଦିନ ଏଠାରେ ଏକାଧିକ ଶବଦାହ ହେଉଥିବାରୁ ସତ୍ୟନଗର ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି। ଏନେଇ ସୋମବାର ସତ୍ୟନଗର ବାସିନ୍ଦା ମାନବାଧିକାର କମିସନଙ୍କୁ ମଧ୍ୟ ଜଣାଇଥିଲେ।

ସେହିପରି ଅନ୍ୟ ଜିଲ୍ଲାର ଶବକୁ ପୁରୀ ସ୍ଵର୍ଗଦ୍ଵାରକୁ ବାରଣ କରାଯାଇଥିବାରୁ ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଛି। ଏଥିପାଇଁ ରାଜଧାନୀ ପାଇଁ ଆଉ ଦୁଇଟି ଶ୍ମଶାନ ନିର୍ମାଣ କରାଯାଉଛି ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚଉଧାରୀ କହିଛନ୍ତି।

Comment