ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଅଘଟଣ ଘଟିଛି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସୋରଡ଼ା ବ୍ଲକ ବରଦା ପଞ୍ଚାୟତର ଖାରଗୁଡ଼ରେ ନିର୍ମିତ ଏକ ଅସ୍ଥାୟୀ ପୋଲ  ବ୍ରିଜ୍‌ ବର୍ଷା ଯୋଗୁଁ ଭାସିଯାଇଛି। ଏହି ବ୍ରିଜ ଗୋକୁଳପୁର ଓ ଖାରିଗୁଡ଼ାକୁ ସଂଯୋଗ କରୁଥିଲା। ବ୍ରିଜଟି ଭାସି ଯିବା ଫଳରେ ୧୫ ଖଣ୍ଡ ଗାଁ ବିଚ୍ଛିନ୍ନ ହୋଇଯାଇଛି।

ସେହିପରି ଲଗାଣ ବର୍ଷା ବ୍ରହ୍ମପୁରରେ ମଧ୍ୟ ଅଘଟଣ ଘଟାଇଛି। ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ପାହାଡ଼ ଧସିଛି। ରାସ୍ତା ଉପରେ ପାହାଡ଼ ଧସିବାରୁ ଏଠାରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ତୁହାକୁ ତୁହା ବର୍ଷାରେ ଗଜପତି ଜିଲ୍ଲା ଭିଜୁଛି । ଅନ୍ୟପଟେ ଦକ୍ଷିଣ-ପୁର୍ବ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସନ୍ତାକାଲି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Comment