ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହ ପରେ ସାଙ୍ଗ ସାଥୀ, ବନ୍ଧୁ ବାନ୍ଧବ ଓ ପଡ଼ୋଶୀଙ୍କୁ ଭୋଜି ଦେବା କଥା ଆପଣ ଜାଣିଥିବେ। କିନ୍ତୁ ବିବାହ ପରେ କୁକରୁଙ୍କୁ ଭୋଜି ଦେବା ଘଟଣା ନିଶ୍ଚୟ ବିରଳ। ତେବେ ଏଭଳି ବିରଳ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। କୁକୁରଙ୍କୁ ଭୋଜି ଦେଇଥିବା ଏହି ନବ ଦମ୍ପତି ହେଲେ ୟୁରେକା ଆପଟା ଓ ଜୋଆନା ଓ୍ୱାଙ୍ଗ।

ୟୁରେକା ଆପଟା ଜଣେ ଫିଲ୍ମ ନିର୍ମାତା ଏବଂ ତାଙ୍କ ପତ୍ନୀ ଜୋଆନା ଓ୍ୱାଙ୍ଗ ଜଣେ ଦନ୍ତ ଚିକିତ୍ସକ। ଗତ ସେପ୍ଟେମ୍ବର ୨୫ ତାରିଖରେ ଭୁବେନଶ୍ୱରେ ଉଭୟ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେ ଲକ୍ଷାଧିକ ଟଙ୍କ ନସାରି ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ଚିନ୍ତା କରିଥିଲେ। ତେବେ ଗୋଟିଏ କି ଦୁଇଟା ନୁହେଁ ବରଂ ୫୦୦ କୁକୁରଙ୍କୁ ଖାଇବାକୁ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିପାଇଁ ସେମାନଙ୍କୁ  ‘ଲୋକାଲ ଆନିମଲ ରେସ୍କ୍ୟୁ ଅର୍ଗାନାଇଜେସନ’ର ସାହାଯ୍ୟ ନେବାକୁ ପଡ଼ିଥିଲା। ଏନିମଲ ଓ୍ୱେଲଫେୟାର ଟ୍ରଷ୍ଟ ଏକାମ୍ର (AWTE) ଦମ୍ପତିଙ୍କ ତରଫରୁ କୁକୁରଙ୍କୁ ଖାଇବାକୁ ଦେଇଥିଲେ। ଏହି ନବ ଦମ୍ପତ୍ତିଙ୍କୁ ନିଆରା ପଦକ୍ଷେପ ପାଇଁ ଏବେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ମିଳିଛି।

‘‘ଏମିତି କରି ଆମେ ଲୋକଙ୍କୁ ସଚେତନ କରାଇବାକୁ ଚାହୁଁଛୁ। ପଶୁମାନଙ୍କ ପ୍ରତି ଲୋକ ସମ୍ବେଦନଶୀଳ ହୁଅନ୍ତୁ, ମେସାନଙ୍କୁ ପ୍ରତି ଭଲ ପାଇବା ଦେଖାନ୍ତୁ। ଯଦି ଏହି କାମ ଦେଖି କେହି ପ୍ରେରିତ ହୋଇଥିବେ ତେବେ ତାହା ହିଁ ଆମ ପାଇଁ ଆଶୀର୍ବାଦ”, କହିଛନ୍ତି ନବ ଦମ୍ପତି।

Comment