ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ରାସ୍ତା ଉପରେ ଥିବା ଏକ ଟ୍ରେଲରକୁ ଗୋଟିଏ ମାଲବାହୀ ଟ୍ରକ୍ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଡ୍ରାଇଭର ଟ୍ରକ୍ କ୍ୟାବିନ୍‌ରେ ଫସି ରହିଥିବାରୁ ତାଙ୍କୁ ଏବେ ଉଦ୍ଧାର ଜାରି ରହିଥିବା ସୂଚନା ମିଳିଛି।

ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଛନ୍ତି। ଉଭୟପଟୁ କ୍ରେନ୍ ଲଗାଇ ଗାଡ଼ି ଦୁଇଟିକୁ ଅଲଗା କରିବାକୁ ଉଦ୍ୟମ କରାଯାଉଛି। ଗାଡ଼ି କ୍ୟାବିନ୍‌ରୁ ଡ୍ରାଇଭରଙ୍କୁ ବାହାର କରିବା ପାଇଁ ଏକାଧିକ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଉଥିବା ସୂଚନା ମିଳିଛି।ଆଜି ଅପରାହ୍ଣରେ କୋଇଲା ବୋଝେଇ ଟ୍ରକ୍‌ଟି ଆନ୍ଧ୍ର ପ୍ରଦେଶରୁ ପଶ୍ଚିମ ବଙ୍ଗ ଅଭିମୁଖେ ଯାଉଥିଲା। ଏହି ସମୟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ଟ୍ରକ୍‌ଟି ପଛପଟୁ ଧକ୍କା ଦେଇଥିଲା। ତେବେ ଏହି ଟ୍ରକ୍‌ରେ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କେହି ନଥିବା ସୂଚନା ମିଳିଛି।

Comment