ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ଯୋଗୁ ଅନେକ ଲୋକ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏଥରୁ ବାଦ ପଡ଼ିନାହାନ୍ତି ବଲିଉଡ ଗାୟକ ତଥା ଟିଭିର ଜଣାଶୁଣା ହୋଷ୍ଟ ଆଦିତ୍ୟ ନାରାୟଣ। କରୋନା ଯୋଗୁ ଏବେ ଅଧିକାଂଶ ସୋ’ ବନ୍ଦ ରହିଛି। ଫଳରେ ଆଦିତ୍ୟଙ୍କୁ କାମ ମିଳୁନି। କାମ ନ ମିଳିବାରୁ ଆଦିତ୍ୟ ଆର୍ଥିକ ଅଭାବ ଦେଇ ଗତି କରୁଛନ୍ତି। ଏମିତିକି ତାଙ୍କ ଆକାଉଣ୍ଟରେ ଆଉ ମାତ୍ର ୧୮ହଜାର ଟଙ୍କା ରହିଛି ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି।

ଶୀଘ୍ର କାମ ନ ମିଳିଲେ ଆଗାମୀ ଦିନରେ ତାଙ୍କୁ ବାଇକ ବିକିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି। କରୋନା ଯୋଗୁ ଦୀର୍ଘ ୭/୮ ମାସ ହେଲା ଘରେ ବସିଛନ୍ତି ଆଦିତ୍ୟ। ଯାହାଫଳରେ ସଞ୍ଚିତ ଟଙ୍କା ମଧ୍ୟ ତାଙ୍କର ଖର୍ଚ୍ଚ ହୋଇଯାଇଛି।

ଅନ୍ୟପଟେ ୨୦୨୦ ଭିତରେ ସେ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ନିକଟରେ ନିଜେ ଆଦିତ୍ୟ ଏହି ଘୋଷଣା କରିଥିଲେ।

Comment