ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ
  • ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ନିବେଦନ
  • ରକ୍ତ ଓ ପ୍ଲାଜ୍‌ମା ଦାନ କରିବାକୁ ଆହ୍ଵାନ

ଶୁକ୍ରବାର ୭୫ ବର୍ଷରେ ପାଦ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଏବର୍ଷ ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜନ୍ମଦିନ ପାଳନ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦୀର୍ଘ ଆଠ ମାସ ହେଲା କରୋନା ମହାମାରୀ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି। ତେଣୁ ଆସନ୍ତାକାଲି ଶୁଭେଚ୍ଛୁମାନେ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ନବୀନ ନିବେଦନ କରିଛନ୍ତି।ସେହିପରି ରକ୍ତ ଓ ପ୍ଲାଜ୍‌ମା ଦାନ କରିବାକୁ ସେ ଲୋକଙ୍କୁ ଆହ୍ଵାନ ଦେଇଛନ୍ତି। ଓଡ଼ିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ଋଣୀ ରହିବି ବୋଲି ନବୀନ କହିଛନ୍ତି।

Comment