ଓଡ଼ିଶାଲାଇଭ୍ ବ୍ୟୁରୋ

ଆଖି ବୁଜିଲେ ବହୁଚର୍ଚ୍ଚିତ ବଲିଉଡ୍‌ ସିନେମା ‘ଗାନ୍ଧୀ’ର କଷ୍ଟ୍ୟୁମ ଡିଜାଇନର ଭାନୁ ଅଥୈୟା। ଭାରତ ପାଇଁ ପ୍ରଥମ ଓସ୍କାର ପୁରସ୍କାର ଆଣିଥିବା ଭାନୁଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି।

୧୯୮୩ ମସିହାରେ ନିର୍ଦ୍ଦେଶକ ରିଚାର୍ଡ଼ ଏଟନବରୋଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଗାନ୍ଧୀ’ ପାଇଁ ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର ଭାବେ ଅସ୍କାର ପୁରସ୍କାର ଜିତିଥିଲେ ଭାନୁ ଅଥୈୟା। ୧୦୦ରୁ ଅଧିକ ବଲିଉଡ୍ ସିନେମାରେ ସେ କଷ୍ଟ୍ୟୁମ ଡିଜାଇନର ଭାବେ କାମ କରିଥିଲେ।

ଗାନ୍ଧୀ ଫିଲ୍ମର ନିର୍ଦ୍ଦେଶକ ରିଚାର୍ଡ଼ କହିଛନ୍ତି ଯେ ଏହି ଫିଲ୍ମ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୧୭ ବର୍ଷ ଲାଗିଥିଲା। କିନ୍ତୁ ଏଥିରେ କଷ୍ଟ୍ୟୁମ ଡିଜାଇନ କିଏ କରିବ ବୋଲି ଯେତେବେଳେ ଖୋଜା ଚାଲିଲା, ସେ ମାତ୍ର ୧୫ ମିନିଟ୍‌ରେ ଭାନୁଙ୍କ ନାଁ ସ୍ଥିର କରିଥିଲେ।

ଦେଶର ପ୍ରଥମ ବ୍ୟକ୍ତି ଭାବେ ଭାନୁ ବିଶ୍ୱର ସର୍ବୋଚ୍ଚ ସିନେ ପୁରସ୍କାର ‘ଓସ୍କାର ଆୱାର୍ଡ଼’ ଜିତିଥିଲେ। ସେ ଏହି ପୁରସ୍କାର ଜିତିବାର ୨୬ ବର୍ଷ ପରେ ଦେଶ ପାଇଁ ଦ୍ୱିତୀୟ ଅସ୍କାର ଆଣିଥିଲେ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌. ରେହମାନ।

ଦୀର୍ଘଦିନ ଧରି ଭାନୁ ଅସୁସ୍ଥ ଥିଲେ। ୨୦୧୨ରେ ସେ ନିଜ ଓସ୍କାର ଟ୍ରଫି ଫେରାଇ ଦେଇଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ତାଙ୍କ ପୁରସ୍କାରକୁ ସାଇତି ରଖିପାରିବ ନାହିଁ। ଏଭଳି ଆଶଙ୍କା କରି ସେ ନିଜ ଓସ୍କାର ଟ୍ରଫିକୁ ଆୱାର୍ଡ ଏକାଡେମୀର ସଂଗ୍ରହାଳୟକୁ ଫେରାଇ ଦେଇଥିଲେ। ଭାନୁଙ୍କ ଶେଷ ସିନେମା ଥିଲା ଅମିର ଖାନ୍‌ଙ୍କ ‘ଲଗାନ’ ଓ ଶାହରୁଖ୍‌ ଖାନ୍‌ଙ୍କ ‘ସ୍ୱଦେଶ’।

Comment