ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ବୃଦ୍ଧି ପାଉଛି ମାଓ କାର୍ଯ୍ୟକଳାପ। ତେଣୁ ମାଓ ଦମନରେ ସହଯୋଗ ଓ ରଣ କୌଶଳ ନେଇ ଗୁରୁବାର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ଭିଡିଓ କପଫରେନ୍ସିଂ ମାଧ୍ୟରେ ହୋଇଥିବା ଏହି ବୈଠକରେ ଉଭୟ ରାଜ୍ୟର ସୀମାରେ ମିଳିତ ଅପରେସନ ପାଇଁ ଆଲୋଚନା ହୋଇଛି। ଏହାସହିତ ଉଭୟ ରାଜ୍ୟ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ପାଇଁ ମଧ୍ୟ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ବିଏସ୍‌ଏଫ୍‌, ସିଆରପିଏଫ ଓ ଗୃହ ବିଭାଗ ଅଧିକାରୀମାନେ ଏବଂ ସୀମାନ୍ତ ଜିଲ୍ଲାଗୁଡ଼ିକର ଡିଆଇଜିମାନେ ମଧ୍ୟ ସାମିଲ ହୋଇଛନ୍ତି।

Comment