ଓଡ଼ିଶାଲାଇଭ୍ ବ୍ୟୁରୋ

ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ଆଜି ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଭୁବନେଶ୍ଵର ଓ କଟକରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଦିନ ୧୨ଟା ୩୦ ଯାଏଁ ଟୁଇନ୍ ସିଟିରେ ଘଡ଼ଘଡ଼ି ସହ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯିବନାହିଁ। ଟ୍ରାଫିକ୍ ଜାମ୍ ମଧ୍ୟ ହୋଇପାରେ। ତେଣୁ ଗାଡ଼ି ଧୀରେ ଚଲାଇବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ଯଥା ସମ୍ଭବ ଘରୁ ନ ବାହାରିବାକୁ କୁହାଯାଇଛି।ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିଛି। ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ପୋଲ ଧୋଇଯିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

Comment