ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ପ୍ରଭାସ ଏବେ ନିଜର ନୂଆ ସିନେମା ’ଆଦିପୁରୁଷ’ ପାଇଁ ଚର୍ଚ୍ଚାରେ। ବାହୁବଲୀ ଫେମ୍ ପ୍ରଭାସଙ୍କ ଏହି ସିନେମାର ବଜେଟ୍ ରହିଛି ୪୦୦ କୋଟି। କରୋନା ସମୟରେ ଭାରତର ଯେକୌଣସି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହା ହେବ ସବୁଠୁ ହାଇ ବଜେଟ୍‌ର ସିନେମା। ନିର୍ଦ୍ଦେଶକ ଓମ୍ ରାୱତ ପୌରାଣିକ କଥାବସ୍ତୁକୁ ଆଧାର କରି ଏହି ସିନେମା ପ୍ରସ୍ତୁତ କରୁଛନ୍ତି। କରୋନା ସ୍ଥିତି ସୁଧୁରିବା ପରେ ଏହା ମୁକ୍ତିଲାଭ କରିବ ବୋଲି ସେ କହିଛନ୍ତି।

ସୈଫ୍ ଅଲ୍ଲୀ ଖାନ ହେବେ ଖଳନାୟକ, ଲଙ୍କାପତି ଭୂମିକାରେ ଦେଖିବେ ଦର୍ଶକ

ବଲିଉଡ଼ ଅଭିନେତା ତଥା ନାୟକ ସୈଫ୍ ଅଲ୍ଲୀ ଖାନ୍ ବିଗ୍ ବଜେଟ୍‌ର ମୁଭି ’ଆଦିପୁରୁଷ’ରେ ନେଗେଟିଭ୍ ଭୂମିକାରେ ବକ୍ସଅଫିସ୍‌କୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ଏହି ସିନେମାରେ ତାଙ୍କୁ ଲଙ୍କାପତି ରାବଣ ଭୂମିକାରେ ଦେଖିବାକୁ ପାଇବେ ବଲିଉଡ଼ ଦର୍ଶକ। ଏହା ପୂର୍ବରୁ ସୈଫ୍ ବଲିଉଡ଼ ମୁଭି ‘ତାନାଜୀ’ରେ ନେଗେଟିଭ୍‌ ଭୂମିକାରେ ଆସିଥିଲେ।

୪୦୦ କୋଟି ଟଙ୍କା ବଜେଟ୍‌ର ଏହି ସିନେମାକୁ ଟି-ସିରିଜ୍ ପ୍ରଯୋଜନା କରୁଛି। ଏହି ସିନେମାକୁ ହିନ୍ଦୀ ଓ ଅନ୍ୟ ୫ଟି ଭାରତୀୟ ଭାଷାରେ ରିଲିଜ୍ କରାଯିବ।

Comment