ଓଡ଼ିଶାଲାଇଭ୍ ବ୍ୟୁରୋ

ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କଲେ ବିଜେପି ଓ ବିଜେଡି।

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କଲେ ବିଜେଡି ଓ ବିଜେପି। ଉଭୟ ଦଳ ନିଜ ନିଜର ୩୦ ଜଣ ଷ୍ଟାର ପ୍ରଚାରକଙ୍କ ନାଁ ଆଜି ଘୋଷଣା କରିଛନ୍ତି।

ବିଜେଡିର ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ପ୍ରଥମ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଡକ୍ଟର ଅରୁଣ କୁମାର ସାହୁ, ସୁଶାନ୍ତ ସିଂହ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ ପ୍ରମୁଖ ରହିଛନ୍ତି। ତେବେ ନିକଟରେ ପାରିବାରିକ ବିବାଦରେ ଛନ୍ଦି ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେଇଛି।ସେହିପରି ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ରହିଛନ୍ତି। ତାଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀ, ଖାରବେଳ ସ୍ୱାଇଁ ମଧ୍ୟ ଷ୍ଟାର ପ୍ରଚାରକ ହୋଇଛନ୍ତି। ଏହାସହ ଦଳ ରାଜ୍ୟର ଅନ୍ୟ ବରିଷ୍ଠ ନେତା, ବିଧାୟକ ଓ ସାଂସଦମାନଙ୍କୁ ଉପନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଦାୟିତ୍ୱ ଦେଇଛି।

Comment