ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗକୁ ଶୀତ ଆସୁଛି। ଦୁର୍ଗା ପୂଜା ମଧ୍ୟ ରହିଛି। ତେଣୁ ଲୋକେ ସଚେତନ ନହେଲେ ବା ଅବହେଳା କଲେ କରୋନା ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଶୁକ୍ରବାର ରାଜ୍ୟର କରୋନା ସ୍ଥିତି ନେଇ ସୂଚନା ଦେଲା ବେଳେ ଏଭଳି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେପ୍ଟେମ୍ବର ୧୧ରୁ ୨୫ ମଧ୍ୟରେ ପାଖାପାଖି ଦୈନିକ ୪୨୦୦ ସଂକ୍ରମିତ ବାହାରୁଥିଲେ। ଏହାପରଠାରୁ ସଂକ୍ରମଣ ହାର କମିବା ଆରମ୍ଭ କରିଛି। ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୨ ହଜାରରୁ ୨୫ ଶହ ଭିତରେ ରହୁଛି।

ସେହିପରି ରାଜ୍ୟରେ ଟେଷ୍ଟିଂ କମିନାହିଁ। ବର୍ଷା ପାଇଁ ସାମ୍ପଲ ସଂଗ୍ରହ କମିଛି। ଏବେ ଦୈନିକ ୫୦ ହଜାର ପର୍ଯ୍ୟନ୍ତ ଟେଷ୍ଟିଂ ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

Comment