ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କାଳରେ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଏମିତିକି ବିଭିନ୍ନ କ୍ଷେତ୍ରରେ ସରକାର ବିଭିନ୍ନ ରାଜ୍ୟକୁ ପାଣ୍ଠି ମଧ୍ୟ ଯୋଗାଇଛନ୍ତି। ଓଡ଼ିଶାକୁ ମଧ୍ୟ କୋଭିଡ ସମୟରେ ଆର୍ଥିକ ସହାୟତା ଯୋଗାଇଛନ୍ତି। ଓଡ଼ିଶାର ଅର୍ଥନୀତିକୁ ଚଳ ଚଞ୍ଚଳ କରିବା ପାଇଁ  କେନ୍ଦ୍ର ସରକାର ମୋଟ ୨୨ ହଜାର ୨୬୭ କୋଟି ଟଙ୍କାର ପ୍ୟାକେଜ ଦେଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ରିପୋର୍ଟ ଦେଇଛନ୍ତି।

ଏଥସହିତ ଓଡ଼ିଶାକୁ ଉଜ୍ଜ୍ୱଳା ଯୋଜାନାରେ ୮ ଲକ୍ଷ ୭୯ ହଜାର ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି। ୩କୋଟି ୧୭ ଲକ୍ଷ ଲୋକଙ୍କୁ ୫ କେଜି ଲେଖାଏଁ ଚାଉଳ ମିଳିଛି।

ସେହିପରି ୯୨.୮୫  ଲକ୍ଷ ହିତାଧିକାରୀଙ୍କୁ ମୋଟ ୪୪ ହଜାର ୧୩୦ ଟନ୍‌  ଡାଲି ଯୋଗାଇ ଦିଆଯାଇଛି। ଜନଧନ ଆକାଉଣ୍ଟଧାରୀ ୮୫.୨୦ ଲକ୍ଷ ଲୋକଙ୍କୁ ୧୨୫୮.୦୨ କୋଟି ଦିଆଯାଇଛି।

କୃଷକ ସମ୍ମାନନିଧି ଯୋଜନାରେ ୨୦.୩ ଲକ୍ଷ ହିତାଧୀକାରୀଙ୍କୁ  ୪୦୦.୬୩ କୋଟି ଟଙ୍କା ଦିଆଯାଇଛି

Comment