ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨୩ରୁ ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ। ସେଠାରେ ସେ ମୋଟ ୧୨ଟି ରାଲିରେ ନିଜର ଅଭିଭାଷଣ ରଖିବେ। ମୋଦୀଙ୍କ ସହିତ ଜେଡିୟୁର ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହିସବୁ ରାଲିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

କରୋନା କାଳରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅକ୍ଟୋବର ୨୮ରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଏହାପୂର୍ବରୁ ଅକ୍ଟୋବର ୨୩ ତାରିଖରେ ମୋଦୀ ସାସାରାମ, ଗୟା ଏବଂ ଭାଗଲପୁରରେ ରାଲି କରିବେ। ସେହିପରି ୨୮ ଅକ୍ଟୋବରରେ ମୋଦୀ ଦରଭଙ୍ଗା, ମୁଜଫରପୁର ଓ ପାଟଣାରେ ନିର୍ବାଚନୀ ରାଲି କରିବେ ବୋଲି ଜଣାପଡ଼ିଛି।ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ନିର୍ବାଚନୀ ରାଲିର ପୂରା ବିବରଣୀ ପ୍ରକାଶ ପାଇଛି। ମୋଦୀଙ୍କର ଏହି ନିର୍ବାଚନୀ ରାଲିରେ ଜେଡିୟୁ ନେତା ନୀତିଶ କୁମାରଙ୍କ ସହିତ ଏନଡିଏର ବହୁ ନେତା ସାମିଲ ହେବେ।

ବିହାରରେ ଏଥର ବିଜେପି ଓ ଜେଡିୟୁ ମେଣ୍ଟ ଏକାଠି ହୋଇ ନିର୍ବାଚନ ଲଢ଼ୁଥିବାବେଳେ ନୀତୀଶ କୁମାର ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି। ତେଣୁ ମୋଦୀଙ୍କର ଏହି ରାଲି ଭୋଟରମାନଙ୍କୁ ଏନଡିଏ ପ୍ରତି ଆକୃଷ୍ଟ କରିବ ବୋଲି କୁହାଯାଉଛି।

Comment