ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ୱ ଖାଦ୍ୟ ଦିବସ। ୧୯୮୦ ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖରେ ଏହି ଦିବସ ପାଳନ କରାଯାଏ। ଖାଦ୍ୟ ସୁରକ୍ଷା ତଥା କୃଷିର ପ୍ରଚାର ପ୍ରସାର ଓ ଖାଦ୍ୟ ସଙ୍କଟ ଦିଗରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।

୧୯୪୫ ମସିହାରେ ଅକ୍ଟୋବର ଏହି ଦିନରେ ଜାତିସଂଘର ଖାଦ୍ୟ ଓ କୃଷି  ସଂସ୍ଥା ହୋଇଥିଲା। ଏହାପରେ ୧୯୭୯ରେ ଏହି ଦିବସ ପାଳନ କରିବା ପାଇଁ ହଙ୍ଗେରିର ତତ୍‌କାଳୀନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡାକ୍ତର ପଲ ରୋମାନା ଏହି ପ୍ରସ୍ତାବ ଦେଇଥିଲେ। ଏହି  ପ୍ରସ୍ତାବ ଗୃହୀତ ହେବା ପରେ ଏବେ ବିଶ୍ୱର ପ୍ରାୟ ୧୫୦ ରୁ ଅଧିକ ଦେଶରେ ଏହି ଦିବସ ପାଳନ ହେଉଛି।

୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇବା ବି ବିଶ୍ୱ ଖାଦ୍ୟ ଦିବସର ଉଦ୍ଦେଶ୍ୟ।

Comment