ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକ-ଭୁବନେଶ୍ଵର ପାଇଁ ପାର୍ବଣ ରଣନୀତି
  • ଦାଦାବଟି ଆଦାୟକୁ ରୋକିବ ‘ଆଣ୍ଟି ଏକ୍ସର୍ଟସନ୍ ଉଇଙ୍ଗ୍’
  • ସିପି କହିଲେ ବଟି ମାଗିଲେ ପୋଲିସକୁ ଜଣାନ୍ତୁ

ପାର୍ବଣ ଋତୁର ଆରମ୍ଭ ସହ ଟୁଇନ୍ ସିଟିରେ ବଢ଼ିଯାଏ ଦାଦାବଟି ଜୁଲମ। ଏହି ସମୟରେ ବିଭିନ୍ନ ଅପରାଧୀ ଗୋଷ୍ଠୀ ବ୍ୟବସାୟୀଙ୍କଠାରୁ ଜୋର ଜବରଦସ୍ତି ବଟି ଆଦାୟ କରିଥାନ୍ତି। ଏହାକୁ ଦମନ କରିବାକୁ ଅଣ୍ଟା ଭିଡ଼ିଛି କମିସନରେଟ ପୋଲିସ। ଏଥିପାଇଁ ଗଠନ କରାଯାଇଛି ‘ଆଣ୍ଟି ଏକ୍ସର୍ଟସନ୍ ଉଇଙ୍ଗ୍’।

ଶୁକ୍ରବାର ପୋଲିସ ମହାନିର୍ଦ୍ଦେଶକ ଅଭୟ କଟକ-ଭୁବନେଶ୍ଵରର ଅପରାଧ ସ୍ଥିତି ସଂପର୍କର ସମୀକ୍ଷା କରିଛନ୍ତି। ଟୁଇନ୍ ସିଟିରେ ଦାଦାବଟି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରତ୍ୟେକ ଥାନା ସ୍ତରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଅଭୟ।

ଏଥିପାଇଁ ‘ଆଣ୍ଟି ଏକ୍ସର୍ଟସନ୍ ଉଇଙ୍ଗ୍’ ନାମକ ଏକ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଅତିରିକ୍ତ ପୋଲିସ କମିସନର ରେଖା ଲୋହାନୀଙ୍କୁ ଏହାର ମୁଖ୍ୟ ଦାୟିତ୍ଵ ଦିଆଯାଇଛି। ଏହି ସ୍ଵତନ୍ତ୍ର ଟାସ୍କ ଫୋର୍ସକୁ କୁଇକ୍ ଆକ୍ସନ୍ ଟିମ୍ ଏବଂ ଟୁଇନ୍ ସିଟିର ସମସ୍ତ ପୋଲିସ ଅଧିକାରୀ ସହଯୋଗ କରିବେ ବୋଲି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ଏହି ଟିମ୍ ଗଠନ ହେବାପରେ ଦାଦାବଟି ମାଗିବା ଅଭିଯୋଗରେ ଶନିବାର ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଗିରଫ କରିଛି କମିସନରେଟ ପୋଲିସ।

Comment