ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲୁଗୁ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା କୀର୍ତ୍ତି ସୁରେଶଙ୍କ ଆଜି ଜନ୍ମଦିନ। ୧୯୯୨ ଆଜିର ଦିନରେ ଚେନ୍ନାଇରେ ଜନ୍ମ ହୋଇଥିବା ଏହି ଅଭିନେତ୍ରୀଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।

ଛୋଟପରଦାରୁ ଆରମ୍ଭ କରି ବଡ଼ ପରଦା ସବୁଥିରେ ହିରୋଇନମାନେ ବୋଲ୍ଡ ଅବତାରରେ ଫଟୋସୁଟ୍‌ କରିବାକୁ ପସନ୍ଦ କରନ୍ତି। କିନ୍ତୁ ତେଲୁଗୁ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ଭାରତୀୟ ବେଶ ପୋଷକ ଖୁବ୍‌ ପସନ୍ଦ। ପ୍ରାୟ ସବୁ ଫିଲ୍ମରେ ଶାଢ଼ୀ ଏବଂ ସାଲଓ୍ୱାରେ ସେ ନଜର ଆସିଛନ୍ତି। ତଥାପି ସେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।

ଏହି ଅଭିନେତ୍ରୀ ଜଣକ ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଷ୍ଟାର କୀର୍ତ୍ତି ସୁରେଶ। ତାଙ୍କର ଗେଟଅପ୍‌ ପାଇଁ ପୂରା ଦେଶରେ ସେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ସେ ମାଲାୟଲମ, ତାମିଲ, ତେଲୁଗୁ ଭଳି ବିଭିନ୍ନ ଭାଷାଭାଷୀ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଲୋକପ୍ରିୟତା ବି ଢ଼େର ଆଗରେ ରହିଛି।

୧୯୯୨ରେ ଚେନ୍ନାଇରେ ଜନ୍ମିତ କିର୍ତ୍ତୀ ଫିଲ୍ମ ଦୁନିଆଁରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି।

୬୬ତମ ଜାତୀୟ ଫିଲ୍ମ ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି। ତେଲୁଗୁ ଫିଲ୍ମ ମହାନତୀ ପାଇଁ  ଏଥର ବେଷ୍ଟ ଅଭିନେତ୍ରୀ ଭାବେ କ୍ରୀତି ସୁରେଶ ପରସ୍କୃତ ହୋଇଛନ୍ତି।

Comment