ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁପରଡୁପର ହିଟ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’କୁ ୨୨ ବର୍ଷ ପୂରା ହୋଇଛି। ହେଲେ ଆଜି ବି ଏହି ଫିଲ୍ମର ଲୋକପ୍ରିୟତା କମିନି। ଏହି ଫିଲ୍ମ ଓ ଏହାର ଗୀତକୁ ଦର୍ଶକ ଏବେବି ପସନ୍ଦ କରନ୍ତି। ଏହି ଫିଲ୍ମରେ ଶାହରୁଖ ଖାନ, କାଜଲ ଓ ରାଣୀ ମୁର୍ଖାଜୀ ଲିଡ୍‌ ରୋଲ୍‌ରେ ଥିଲେ। ସେମାନଙ୍କ ସହ ଏହି ଫିଲ୍ମକୁ ଆହୁରି ହିଟ୍‌ କରାଇଥିଲେ ୨ କୁନି କଳାକାର। କମେଡି ଓ ସୁନ୍ଦର ଡାଇଲଗ୍‌ ପରିବେଷଣ କରି ସେମାନେ ଜିତିଥିଲେ ଦର୍ଶକଙ୍କ ହୃଦୟ। ତେବେ ଏହି କୁନି କଳାକାର କେତେ ବଡ଼ ହୋଇଗଲେଣି ଓ କ’ଣ କରୁଛନ୍ତି ଆସନ୍ତୁ ଜାଣିବା?

୧୯୯୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଆକର୍ଷଣ ଥିଲା ଅଞ୍ଜଳି ଓ ସାଇଲେଣ୍ଟ ସର୍ଦ୍ଦାର ଚରିତ୍ର। ଅଞ୍ଜଳି ଚରିତ୍ରରେ ଅଭିନୟ କରିଥିଲେ ସନା ସଇଦ ଓ ସର୍ଦ୍ଦାର ଚରିତ୍ରରେ ଅଭିନୟ କରିଥିଲେ ପରଜାନ ଦସ୍ତୁର। ଉଭୟଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନ କିଣିଥିଲା।

ସନା ସଇଦ

‘କୁଛ୍‌ କୁଛ୍ ହୋତା ହୈ’ରେ ସନା ଶାହରୁଖଙ୍କ ଝିଅ ଅଞ୍ଜଳି ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଅଭିନେତ୍ରୀ ସନା ଏବେ ୨୮ ବର୍ଷ ବୟସର ହୋଇଗଲେଣି। ସେ ଏବେ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି।  ‘କୁଛ୍‌ କୁଛ୍ ହୋତା ହୈ’ ପରେ ସେ ଆହୁରି କେତେକ ଫିଲ୍ମ ଓ ସୋ’ରେ ନଜର ଆସିଛନ୍ତି। ତାଙ୍କୁ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ଫିଲ୍ମରେ ଲିଡ୍‌ରେ ଦେଖିବାକୁ ମିଳିଥିଲା।

ପରଜାନ ଦସ୍ତୁର

‘କୁଛ୍‌ କୁଛ୍ ହୋତା ହୈ’ରେ ପରଜାନ, ଅଞ୍ଜଳି ଅର୍ଥାତ ସନାଙ୍କ ସମର କ୍ୟାମ୍ପରେ ସାଙ୍ଗ ହୋଇଥିଲେ। ପରଜାନ ଦସ୍ତୁର ମଧ୍ୟ ଏବେ ୨୮ ବର୍ଷ ବୟସର ହୋଇଗଲେଣି। ଯଦିଓ ସେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ନାହାନ୍ତି ତଥାପି ‘କୁଛ କୁଛ ହୋତା ହୈ’ରେ ନିଜର ନିଆରା ଅନ୍ଦାଜ ପାଇଁ ସେ ସମସ୍ତଙ୍କ ମନରେ ଅଛନ୍ତି। ଶେଷଥର ପାଇଁ ସେ ୨୦୧୭ରେ ‘ପକେଟ ମମି’ ଶୀର୍ଷକ ଏକ ସର୍ଟ ଫିଲ୍ମରେ ନଜର ଆସିଥିଲେ।

Comment