ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷୀୟ ଟିକା ସ୍ପୁଟନିକ୍-ଭି’କୁ ଭାରତରେ ପରୀକ୍ଷଣ ପାଇଁ ମିଳିଲା ଅନୁମତି। ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଶନିବାର କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂସ୍ଥା ଅନୁମତି ପ୍ରଦାନ କରିଛି।

କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂସ୍ଥାର ଏକ ବିଶେଷଜ୍ଞ କମିଟି ଡକ୍ଟର ରେଡ୍ଡିଜ୍ ଲ୍ୟାବକୁ ଏଥିପାଇଁ ମଞ୍ଜୁରି ଦେଇଛି। ଖୁବଶୀଘ୍ର ଏହାର କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ ହେବ। ଏହି ମାନବ ପରୀକ୍ଷଣରେ ମୋଟ ୧୪ ଶହ ସ୍ୱେଚ୍ଛାସେବୀ ସାମିଲ ହେବେ।

ସ୍ପୁଟନିକ୍-ଭି ଟିକାକୁ ଆରଡିଆଇଏଫ୍ ଓ ଗେମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ ଏପିଡେମିୟୋଲୋଜି ଦ୍ୱାରା ବିକଶିତ କରାଯାଇଛି। ଏହାକୁ ବିଶ୍ୱର ପ୍ରଥମ କରୋନା ଟିକା ବୋଲି ମଧ୍ୟ କୁହାଯାଉଛି।

Comment