ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଦିନ ୨୦୨୦ ନିଟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଫଳ ପ୍ରକାଶ ପାଇବା ପରେ ରାଉରକେଲାର ସୋଏବ ଅଫତାବ ଟପ୍ପର ହୋଇଛନ୍ତି ବୋଲି ଚର୍ଚ୍ଚା ଜୋର ହେଲା। ପୂରା ୭୨୦ରୁ ୭୨୦ ରଖି ସେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ଆକାଂକ୍ଷା ସିଂହ ମଧ୍ୟ ସେତିକି ନମ୍ବର ରଖିଥିଲେ। କିନ୍ତୁ ତାଙ୍କୁ ଯୁଗ୍ମ ଟପ୍ପର ବିଚାର କରାଗଲା ନାହିଁ ଓ ସେ ଦ୍ଵିତୀୟ ସ୍ଥାନରେ ରହିଲେ। ତେବେ କାହିଁକି ଏମିତି ହେଲା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପ୍ରକୃତ ଘଟଣାଟି ହେଉଛି ନିଟ ପରୀକ୍ଷାରେ ଟାଇ ବ୍ରେକର ବ୍ୟବସ୍ଥା ରହିଛି। ଏଥିରେ କୁହାଯାଇଛି ଯେ ଯଦି ଦୁଇ ଜଣ ସମାନ ନମ୍ବର ରଖିଲେ ଯାହାଙ୍କ ବୟସ ଅଧିକ ତାଙ୍କୁ ଟପ୍ପର ବୋଲି ଗଣାଯିବ।

ସେହି ହିସାବରେ ଅଫତାବ ସବା ଉପରେ ରହିଲେ କାରଣ ତାଙ୍କ ବୟସ ୧୮ ବର୍ଷ। ଉତ୍ତରପ୍ରଦେଶ ଗୋରଖପୁର ଝିଅ ଆକାଂକ୍ଷା ସିଂହଙ୍କ ବୟସ ୧୭ ହୋଇଥିବାରୁ ତାଙ୍କୁ ଦ୍ଵିତୀୟ ସ୍ଥାନରେ ରହିବାକୁ ପଡ଼ିଲା।

Comment