ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ପାଳିତ ହେଉଛି ନବରାତ୍ରି। ଏହି ଉତ୍ସବରେ ଗରବା ନୃତ୍ୟର ଖାସ ମହତ୍ତ୍ୱ ରହିଛି।ବିଶେଷ କରି  ଗୁଜୁରାଟରେ ଏହି ଖାସ ପରମ୍ପରା ରହିଛି। କିନ୍ତୁ କରୋନା ମହାମାରୀ ପାଇଁ ଏ ବର୍ଷ ଗରବା ନୃତ୍ୟ ହେଉ ନାହିଁ। ଏହାରି ମଧ୍ୟରେ ଗୁଜୁରାଟରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଭିଡିଓରେ କିଛି ପିଲା ପିପିଇ କିଟ ପିନ୍ଧି ରାସ୍ତା ଉପରେ ଗରବା ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।

ଏହି ପିଲାମାନେ ଗୁଜୁରାଟର କିଛି ଫ୍ୟାସନ୍‌ ଡିଜାଇନିଂ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି, ଯେଉଁମାନେ ଗରବା ନୃତ୍ୟ ପାଇଁ ଏକ ନିଆରା ବାଟ ଆପଣେଇଛନ୍ତି। ସେମାନେ ଗରବା କଷ୍ଟ୍ୟୁମ୍‌ରେ ପିପିଇ କିଟ୍‌ ସାମିଲ୍‌ କରିଛନ୍ତି। ଛାତ୍ରଛାତ୍ରୀ ପ୍ରଥମେ ପିପିଇ କିଟ୍‌ ତା ଉପରେ ଗରବା ଚୁନରି‌ ପିନ୍ଧିଥିବା ଦେଖିବାକୁ ମିଳିଛି।

କରୋନା ଭାଇରସ୍ କାରଣରୁ ଗୁଜରାଟ ସରକାର ଚଳିତ ବର୍ଷ ନବରାତ୍ରି ସମୟରେ ଗରବା କାର୍ଯ୍ୟକ୍ରମ ଏବଂ ସମାରୋହକୁ ଅନୁମତି ଦେଇନାହାଁନ୍ତି।

Comment