ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୧୪,୩୭୯ଟି ସ୍କୁଲର ମିଶ୍ରଣକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସ୍କୁଲ ମିଶ୍ରଣ ପାଇଁ ଚଳିତବର୍ଷ ମାର୍ଚ୍ଚ ୭ରେ ପ୍ରକାଶ ପାଇଥିବା ଗଣଶିକ୍ଷା ବିଭାଗର ବିଜ୍ଞପ୍ତିକୁ ଏଥିରେ ଚ୍ୟାଲେଞ୍ଜ କରାଯାଇଛି। ବ୍ରହ୍ମପୁରର ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା ରୁଜୁ କରିଛନ୍ତି।

ଆବେଦନକାରୀ ତାଙ୍କ ଆବେଦନରେ କହିଛନ୍ତି ଯେ, ଯେଉଁ ସବୁ ଲିଡ୍ ସ୍କୁଲ ରହିବ ତାହାର ଭିତ୍ତିଭୂମି ଓ ଯେଉଁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତରିତ କରାଯିବ ସେମାନଙ୍କ ଆର୍ଥିକ ଓ ମାନସିକ ଅବସ୍ଥା ପ୍ରତି ଦୃଷ୍ଟି ଦିଆଯାଇ ନାହିଁ।

ସେ ଆହୁରି କହିଛନ୍ତି ଯେ, ସ୍କୁଲ ମିଶ୍ରଣ ପୂର୍ବରୁ ହାଇକୋର୍ଟଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଉ ଓ ସରକାରଙ୍କ ନିଷ୍ପତ୍ତିର ପୁଣି ସମୀକ୍ଷା ହେଉ।

ମାର୍ଚ୍ଚ ୭ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଅନେକ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲକୁ ମିଶାଇ ଦିଆଯିବା ସକାଶେ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସରକାରଙ୍କ ଯୁକ୍ତି ହେଉଛି ମିଶ୍ରଣ ହେଲେ ସ୍କୁଲଗୁଡ଼ିକ ଅଧିକ କାର୍ଯ୍ୟକ୍ଷମ ହୋଇ ପାରିବେ। ଏଥିସହ ଆବଶ୍ୟକୀୟ ସଂଖ୍ୟକ ଶିକ୍ଷକ ରହିପାରିବେ ଓ ଆର୍ଥିକ ସମ୍ବଳକୁ ଠିକଣା ଭାବରେ ବିନିଯୋଗ କରାଯାଇପାରିବ।

Comment