ଓଡ଼ିଶାଲାଇଭ୍ ବ୍ୟୁୁରୋ

ଦେଶର ମୋଟ ଜନସଂଖ୍ୟା ଅର୍ଥାତ ୧୩୦ କୋଟି ଲୋକଙ୍କ ଭିତରୁ ଅଧା ଅଧି ଲୋକ ୨୦୨୧ ଫେବୃଆରି ବେଳକୁ କରୋନା ସଂକ୍ରମିତ ହୋଇ ସାରିଥିବେ ବୋଲି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ କମିଟି କହିଛି। ଆସନ୍ତା ଫେବୃଆରୀ ସୁଦ୍ଧା ଯେତେବେଳେ ଅଧା ଲୋକ ସଂକ୍ରମିତ ହୋଇ ସାରିଥିବେ ମହାମାରୀ ଆଉ ଅଧିକ ବାଟ ଯିବନାହିଁ ବୋଲି ଏହି କମିଟି କହିଛି।

ଭାରତରେ ଏପର୍ଯ୍ୟନ୍ତ ୮୦ ଲକ୍ଷ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ସାରିଛନ୍ତି। ମୋଟ ରୋଗୀଙ୍କ ସଂଖ୍ୟା ଦେଖିଲେ ଭାରତ ଏବେ ଦ୍ଵିତୀୟ ସ୍ଥାନରେ ରହିଛି। ଆମଉପରକୁ ରହିଛି କେବଳ ଆମେରିକା।ବିଭିନ୍ନ ସରକାରୀ ଓ ବେସରକାରୀ ରିପୋର୍ଟ କହୁଛି ଯେ ସେପ୍ଟେମ୍ବର ମଧ୍ୟ ଭାଗରେ ଭାରତରେ କରୋନା ସଂକ୍ରମଣ ଶିଖରରେ ପହଂଚିବା ପରେ ଏବେ ଏହା ତଳମୁହାଁ ହୋଇଛି। ସରକାରୀ କମିଟିର ଜଣେ ସଦସ୍ୟ ମନୀନ୍ଦ୍ର ଅଗ୍ରୱାଲ ଯିଏ ଆଇଆଇଟି କାନପୁରରେ ପ୍ରଫେସର ଅଛନ୍ତି ସେ କହିଛନ୍ତି ଆମ ଗାଣିତିକ ମଡେଲ କହୁଛି ଏବେ ସୁଦ୍ଧା  ୩୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଫେବୃଆରୀ ବେଳକୁ ଏହା ୫୦ ପ୍ରତିଶତ ହେବାର ସମ୍ଭାବନା ରହିଛି।

ଭାରତ ସରକାରଙ୍କ ସେରୋଲଜି ସର୍ଭେ ତୁଳନାରେ ଗାଣିତିକ ମଡେଲଟି ଅଧିକ ନିର୍ଭରଶୀଳ ବୋଲି କୁହାଯାଉଛି। କେନ୍ଦ୍ରର ସେରୋଲଜି ସର୍ଭେ କହୁଛି ଯେ ମୋଟ ଜନସଂଖ୍ୟାର ମାତ୍ର ୧୪ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି।

ତେବେ ଭାଇରଲୋଜିଷ୍ଟ,ବିଶେଷଜ୍ଞ ଓ ପ୍ରଫେସରମାନେ ମିଶି ଯେଉଁ ମଡେଲ ବାହାର କରିଛନ୍ତି ସେଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ରୋଗକୁ ଦୂରେଇ ରଖିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ନିୟମ ମାନିବାକୁ ପଡ଼ିବ। ନଚେତ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ିବ।

Comment