ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଏଭରଗ୍ରୀନ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ଦିଲଓ୍ୱାଲେ ଦୁଲହନିଆଁ ଲେ ଯାୟେଙ୍ଗେ’। ଏହି ସୁପରଡୁପର୍‌ ହିଟ୍‌ ଫିଲ୍ମକୁ ଚାର୍‌ ଚାନ୍ଦ୍‌ ଲଗାଇଥିଲେ ହିଟ୍‌ ଯୋଡ଼ି ଶାହରୁଖ, କାଜଲ। ମଙ୍ଗଳବାର ଏହି ଫିଲ୍ମକୁ ୨୫ ବର୍ଷ ପୂରିଛି।

ଏହି ଅବସରରେ ଲଣ୍ଡନରେ ସବୁଠୁ ବଡ଼ ସେଲିବ୍ରେସନର ଆୟୋଜନ କରାଯାଇଛି। ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ଅଭିନେତା ଶାହରୁଖ ଓ ଅଭିନେତ୍ରୀ କାଜଲଙ୍କ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ଲାଗିବ ବୋଲି ଜଣାପଡ଼ିଛି। ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଟୁଇଟ କରି ଏହି ସୂଚନା ଦେଇଥିଲେ।

ଶାହରୁଖ, କାଜଲଙ୍କ ଏହି ହିଟ୍‌ ଫିଲ୍ମ ୧୯୯୪, ଅକ୍ଟୋବର ୨୦ରେ ରିଲିଜ ହୋଇଥିଲା। ସେ ସମୟରେ ଫିଲ୍ମଟି ବ୍ଲକ୍‌ ବଷ୍ଟର ପ୍ରମାଣିତ ହୋଇଥିଲା। ଏହି ଫିଲ୍ମରେ ପ୍ରଖ୍ୟାତ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ। ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମରେ ଶାହରୁଖ, କାଜଲଙ୍କ ବ୍ୟତୀତ ଅମରୀଶ ପୁରୀ, ଅନୁପମ ଖେର ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।

Comment