ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଗାପୂଜାରେ ପ୍ରତିବର୍ଷ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପ ଦିଆଯାଇଥାଏ। କେଉଁଠି ପାରମ୍ପାରିକ ଢଙ୍ଗରେ ମା’ଙ୍କ ମୂର୍ତ୍ତିକୁ ସଜା ଯାଇଥାଏ ତ କେଉଁଠି ଟ୍ରେଡିଂ ଅନୁସାରେ ମୂର୍ତ୍ତିକୁ ସଜାଯାଇଥାଏ। ଏଥର ଦେଶରେ କରୋନା ମହାମାରୀ ଜାରି ରହିଥିବାରୁ କୋଲକାତାର ଏକ ପୂଜା ପେଣ୍ଡାଲରେ ମା’ଙ୍କୁ ଡାକ୍ତରଙ୍କ ରୂପରେ ସଜାଯାଇଛି। ଏଥିସହିତ ମହିଷାସୂରକୁ କରୋନାସୁର ଭାବେ ଦର୍ଶାଯାଇଛି।

କୋଲକାତା ପୂଜା ପେଣ୍ଡାଲରେ ମା’ଙ୍କ ଏହି ଏହି ନିଆରା ରୂପ ଏବେ ସୋସିଆଲ ମିଡିଆରେ ଘୂରି ବୁଲିଛି। ଏହି ଫଟୋକୁ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋରେ ମା’ ଦୁର୍ଗା ଡାକ୍ତରଙ୍କ ଅବତାରରେ କରୋନାକୁ ବଧ କରୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ କରୋନା ମହାମାରୀ ସମୟରେ ପୋଲିସ ଓ ସଫେଇକର୍ମୀଙ୍କ ଯୋଗଦାନକୁ ମଧ୍ୟ ପୂଜା ପେଣ୍ଡାଲରେ ସ୍ଥାନ ଦିଆଯାଇଛି।

କରୋନା ମହାମାରୀ ମଧ୍ୟରେ ଏଥର ଦେଶରେ ଦୁର୍ଗା ପୂଜା ଆୟୋଜନ କରାଯାଉଛି। ସେଥିପାଇଁ ଏଥର ପୂଜା ଫିକା ପଡ଼ିଛି।

Comment