ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଏଭରଗ୍ରୀନ ଫିଲ୍ମ ‘ଦିଲଓ୍ୱାଲେ ଦୁଲହନିଆଁ ଲେ ଯାୟେଙ୍ଗେ’କୁ ଆଜି ୨୫ ବର୍ଷ ପୂରିଛି। ଏହି ଖୁସିରେ ଅଭିନେତା ଶାହରୁଖ ଓ କାଜଲ ଟୁଇଟରରେ ନିଜ ଫଟୋ ଓ ନାଁ ବଦଳାଇଛନ୍ତି। ସବୁଠୁ ଖାସ କଥା ଉଭୟ ଟୁଇଟର ପ୍ରୋଫାଇଲ ନାଁରେ ନିଜର ଫିଲ୍ମ ନାଁ ରଖିଛନ୍ତି।

ଏହି ଫିଲ୍ମରେ ଅଭିନେତା ଶାହାରୁଖ ଖାନ, ରାଜ ମଲହୋତ୍ରା ଭୂମିକାରେ ଅଭିନୟ କରିଥିଲେ। ତେଣୁ ସେ ତାଙ୍କର ଟୁଇଟର ନାଁ ରାଜ ମଲହୋତ୍ରା ରଖିଛନ୍ତି। ସେହିପରି ଏଥିରେ କାଜଲ ସିମରନ୍‌ ଭୂମିକାରେ ଅଭିନୟ କରିଥିଲେ। ତେଣୁ ସେ ତାଙ୍କ ଟୁଇଟର ନାଁ ସିମରନ ରଖିଛନ୍ତି।

ଶାହରୁଖ, କାଜଲଙ୍କ ଏହି ହିଟ୍‌ ଫିଲ୍ମ ୧୯୯୪, ଅକ୍ଟୋବର ୨୦ରେ ରିଲିଜ ହୋଇଥିଲା। ସେ ସମୟରେ ଫିଲ୍ମଟି ବ୍ଲକ୍‌ ବଷ୍ଟର ପ୍ରମାଣିତ ହୋଇଥିଲା। ଏହି ଫିଲ୍ମରେ ପ୍ରଖ୍ୟାତ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ। ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମରେ ଶାହରୁଖ, କାଜଲଙ୍କ ବ୍ୟତୀତ ଅମରୀଶ ପୁରୀ, ଅନୁପମ ଖେର ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।

Comment