ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୧୩ ଆକ୍ରାନ୍ତ ଆଖି ବୁଜିଛନ୍ତି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି ଘଟିଛି।

ଆଜି ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ଜୀବନ ଯାଇଛି। ପୁରୀ ଜିଲ୍ଲାରୁ ୩, ଭୁବନେଶ୍ୱରରୁ ୨, ବାଲେଶ୍ୱର, ଅନୁଗୁଳ, ନୂଆପଡ଼ା ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ମୟୂରଭଞ୍ଜର ୪ ମୃତକଙ୍କ ମଧ୍ୟରେ ୬୦ ଓ ୪୫ ବର୍ଷୀୟ ୨ ପୁରୁଷ ଓ ୭୫, ୬୫ ବର୍ଷୀୟା ୨ ମହିଳା ଅଛନ୍ତି। ପୁରୀ ଜିଲ୍ଲାର ୩ ମୃତକଙ୍କ ମଧ୍ୟରେ ୬୮, ୬୬ ବର୍ଷୀୟା ୨ ମହିଳା ଥିଲା ବେଳେ ଜଣେ ୪୮ ବର୍ଷୀୟ ପୁରୁଷ ଅଛନ୍ତି। ସେହିପରି ଭୁବନେଶ୍ୱରର ୨ ମୃତକଙ୍କ ମଧ୍ୟରେ ୪୪ ପୁରୁଷ ଓ ୪୭ ବର୍ଷୀୟା ମହିଳା ଅଛନ୍ତି।

ବାଲେଶ୍ୱରର ୫୩ ବର୍ଷୀୟା ମହିଳା, ବଲାଙ୍ଗିରର ୨୩ ବର୍ଷୀୟ ଯୁବତୀ, ଅନୁଗୁଳର ୫୨, ନୂଆପଡ଼ାରୁ ୫୨ପୁରୁଷଙ୍କ ଜୀବନ ଯାଇଛି।

Comment