ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ମୁଖ୍ୟ ଶାସନ ସଚିବ ବି ଭେଙ୍କଟରମଣଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୫୦ ବ୍ୟାଚର ଆଇଏଏସ ଭେଙ୍କଟରମଣ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ସଚିବ ବି ରହିଥିଲେ।

ଭେଙ୍କଟରମଣଙ୍କର ଚୋଳ ସାମ୍ରାଜ୍ୟର ଇତିହାସ ଓ ସ୍ଥାପତ୍ୟ ଉପରେ ବେଶ ପାଣ୍ଡିତ୍ୟ ଥିଲା। ବାପା ଏସ ଆର ବାଲସୁବ୍ରମନ୍ୟମଙ୍କ ସହ ମିଶି ସେ ଲେଟର ଚୋଲା ଟେମ୍ପ୍ଲସ ଶୀର୍ଷକ ଏକ ପୁସ୍ତକ ଲେଖିଥିଲେ। ଇତିହାସରେ ଡକ୍ଟରେଟ ଲାଭ କରିଥିବା ଭେଙ୍କଟରମଣ ଆହୁରି ଅନେକ ପୁସ୍ତକ ରଚନା କରିଛନ୍ତି।

ଓଡ଼ିଶା ସରକାରଙ୍କ ସଚିବ ଥିବା ବେଳେ ସେ ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟ ଓ ପାଣ୍ଡୁଲିପି ଗ୍ୟାଲେରିର ପୁନର୍ବିନ୍ୟାସ କରାଇଥିଲେ। ଲକ୍ଷ୍ମଣେଶ୍ୱର, ଶତ୍ରୁଘନେଶ୍ୱର ଓ ଭରତେଶ୍ୱର ଆଦି ମନ୍ଦିରର ସଂରକ୍ଷଣ ଓ ମରାମତି ମଧ୍ୟ ତାଙ୍କ ଅବଦାନ ଥିଲା।

ଭେଙ୍କଟରମଣଙ୍କ ପତ୍ନୀ ଲୀଳା ଭେଙ୍କଟରମଣ ଜଣେ ନୃତ୍ୟ ସମାଲୋଚକ ଏବଂ ଓଡ଼ିଶୀ ନୃତ୍ୟ ଉପରେ ସେ ବେଶ କିଛି ଲେଖା ଲେଖିଛନ୍ତି। ଭେଙ୍କଟରମଣଙ୍କ ପୁଅ ଓ ଝିଅ ଅଛନ୍ତି। 

Comment