ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନ୍ମଦିନରେ ଅଭିନେତା କମଲ ସାଦନାଙ୍କ ଜୀବନରେ ଘଟିଥିଲା ବଡ଼ ଅଘଟଣ। ଗୋଟିଏ ଦିନରେ ପୂରା ପରିବାରକୁ ସେ ହରେଇଥିଲେ।

୧୯୯୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରଙ୍ଗ’ର ‘ତୁଝେ ନା ଦେଖୁଁ ତୋ ଚେନ୍‌ ମୁଝେ ଆତା ନେହିଁ ‘ ଗୀତ ଆଜି ମଧ୍ୟ ଲୋକପ୍ରିୟ। ଏହି ଗୀତରେ ଦିବ୍ୟା ଭାରତୀଙ୍କ ସାଙ୍ଗରେ ଅଭିନୟ କରିଥିଲେ ଅଭିନେତା କମଲ ସାଦନା। ଏହି ଫିଲ୍ମରୁ ଅଭିନେତା ସେ ହିଟ୍‌ ହୋଇଥିଲେ। ଏହି ଫିଲ୍ମ ହିଟ୍‌ ହେବା ପୂର୍ବରୁ ତାଙ୍କ ଜନ୍ମଦିନରେ ଏମିତି ଏକ ଘଟଣା ଘଟିଥିଲା ଯାହା ତାଙ୍କ ପୂରା ଜୀବନକୁ ବଦଳାଇ ଦେଇଥିଲା। କାରଣ ଜନ୍ମଦିନ ଭଳି ଏକ ଖୁସି ଅବସରରେ ସେ ତାଙ୍କ ପରିବାରକୁ ହରେଇଥିଲେ।

୧୯୭୦, ଅକ୍ଟେବାର ୨୧ରେ ଜନ୍ମ ହୋଇଥବା କମଲଙ୍କ ଜନ୍ମଦିନରେ ତାଙ୍କ ପିତା ବ୍ରିଜ ସାଦାନା ତାଙ୍କ ମା’ ଏବଂ ଭଉଣୀଙ୍କୁ ଗୁଳି କରିଥିଲେ। ରିପୋର୍ଟ ଅନୁସାରେ କମଲ ସାଦନାଙ୍କ ମା ସାଇଦା ଖାନ ଏବଂ ବାପା ବ୍ରିଜ ସାଦନାଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା।

କମଲଙ୍କ ଜନ୍ମଦିନରେ ମଧ୍ୟ ସମାନ ଘଟଣା ଘଟିଥିଲା। ବ୍ରିଜ ସାଦାନା ତାଙ୍କ ବନ୍ଧୁକରେ ପ୍ରଥମେ ତାଙ୍କ ସ୍ତ୍ରୀ ଓ ଝିଅକୁ ଗୁଳି କରିଥିଲେ। ଏହା ପରେ ବ୍ରିଜ ସାଦାନା ମଧ୍ୟ ନିଜକୁ ଗୁଳି କରିଥିଲେ। ସବୁ କିଛି କମଲଙ୍କ ସାମ୍ନାରେ ଘଟିଥିଲା। ସେ ମାନସିକ ସ୍ତରରେ ଗଭୀର ଆଘାତ ପାଇଥିଲେ। ତାଙ୍କର କିଛି ଦିନ ଚିକିତ୍ସା ଚାଲିଥିଲା। ଏହାପରେ ସେ ସୁସ୍ଥ ହୋଇ ଫିଲ୍ମରେ ଡେବ୍ୟୁ କରିଥିଲେ।

କମଲ ଏବେ ଅଭିନୟରୁ ଦୂରେଇ ରହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି।

Comment