ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ଆଜି ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ଦେବାକୁ ଘୋଷଣା କରିଛନ୍ତି। ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ଜରିଆରେ କର୍ମାଚାରୀଙ୍କ ଖାତାକୁ ଏହି ଟଙ୍କା ଟ୍ରାନ୍ସଫର୍ କରିଦିଆଯିବ। ଏଥିପାଇଁ କେନ୍ଦ୍ର ସରକାର ମୋଟ ୩୭୩୭ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି।

ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୧୯ -୨୦ ଆର୍ଥିକ ବର୍ଷ ପାଇଁ ପ୍ରଡକ୍ଟିଭିଟି ଓ ନନ୍-ପ୍ରଡକ୍ଟିଭିଟି ଲିଙ୍କ୍ ବୋନସକୁ ମଞ୍ଜୁରି ମିଳିଯାଇଛି। ଏହାଦ୍ୱାରା ପ୍ରାୟ ୩୦ ଲକ୍ଷ କର୍ମଚାରୀ ଲାଭବାନ ହେବେ ବୋଲି ସୂଚନା ମିଳିଛି।

Comment