ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ କବରତୀ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜ ନୌସେନାରେ ସାମିଲ ହେବା ଦ୍ୱାରା ଭାରତର ଶକ୍ତିବୃଦ୍ଧି ହେବ ବୋଲି କୁହାଯାଉଛି।

ଆଇଏନଏସ କବରତୀର ଖାସ୍ କଥା ହେଉଛି ଯେ, ଏହାର ୯୦ ପ୍ରତିଶତ କାମ ଭାରତରେ କରାଯାଇଛି। ଏହାକୁ ଆତ୍ମନିର୍ଭର ଭାରତର ଏକ ସଠିକ୍ ଉଦାହରଣ ବୋଲି ବିବେଚନା କରାଯାଉଛି। ଆଇଏନଏସ କବରତୀ ଶତ୍ରୁ ପକ୍ଷକୁ ମାତ୍ ଦେବାରେ ବେଶ ସିଦ୍ଧହସ୍ତ। ଏହାକୁ କୌଣସି ପ୍ରକାର ରାଡାର ଧରିପାରିବ ନାହିଁ। ଏଥିସହ ଶତ୍ରୁପକ୍ଷକୁ ଆକ୍ରମଣ କରିବାକୁ ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇଛି।

ଏହାର ଲମ୍ବ ୧୦୯ ମିଟର ହୋଇଥିବାବେଳେ, ଓସାର ୧୨.୮ ମିଟର ବୋଲି ଜଣାପଡ଼ିଛି। ଏଥିରେ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ରକେଟ୍ ଲଞ୍ଚର୍ସ, ହେଲିକାପ୍ଟର ଉଡାଣ ପାଇଁ ସମସ୍ତ ପ୍ରକାର ସୁବିଧା ମଧ୍ୟ ରହିଛି।

Comment