ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। କିନ୍ତୁ ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି।ଆଇଏମ୍‌ଡି ଡିଜିଙ୍କ ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ସବୁଠାରୁ ଅଧିକ ବର୍ଷା ହେବା ସହ କୋହଲା ପବନ ଲାଗି ରହିବ। ପ୍ରବଳ ବର୍ଷା କାରଣରୁ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ପୌରାଞ୍ଚଳଗୁଡ଼ିକରେ ମଧ୍ୟ ଡ୍ରେନେଜ୍ ସମସ୍ୟା ଉପୁଜିପାରେ। ଅବପାତ ପ୍ରଭାବରେ ବିଶେଷକରି ସମୁଦ୍ରକୂଳିଆ ଅଞ୍ଚଳ ବେଶୀ ପ୍ରଭାବିତ ହେବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି।

ଅବପାତ ବାତ୍ୟାରେ ପରିଣତ ହେବାର ସମ୍ଭାବନା ନାହିଁ। ତେବେ ସମୁଦ୍ରରେ ଅବପାତର ପ୍ରଭାବ ଅଧିକ ଅନୁଭୂତ ହେବ। ତେଣୁ ସମୁଦ୍ର ଭିତରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ବନ୍ଦରକୁ ୩ ନମ୍ବର ସତର୍କ ସଙ୍କେତ ଜାରି କରାଯାଇଛି।

Comment