ଓଡ଼ିଶାଲାଇଭ୍ ବ୍ୟୁରୋ

ଲିଙ୍ଗରାଜ ମନ୍ଦିରର ଫଟୋ ସେଆର୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରର ଏକ ସନ୍ଧ୍ୟାକାଳୀନ ଫଟୋକୁ ସେଆର କରି ଏହା ବେଶ ମନମୁଗ୍ଧକର ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ସେଆର୍ କରିଥିବା ଏହି ଫଟୋକୁ ସୋସିଆଲ୍ ମିଡିଆରେ ଲୋକମାନେ ବେଶ ପସନ୍ଦ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କର ଏହି ପୋଷ୍ଟରେ ଲିଙ୍ଗରାଜ ମନ୍ଦିରର ଉନ୍ନତୀକରଣ ପାଇଁ ଜମିଦାନ କରିଥିବା କିମ୍ବା ସ୍ଥାନାନ୍ତର ହୋଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏପରିକି ସେମାନଙ୍କ ନିକଟରେ ସେ ବ୍ୟକ୍ତିଗତ ଭାବେ କୃତଜ୍ଞ ବୋଲି ନବୀନ କହିଛନ୍ତି।

ପୁରୀ ଶ୍ରୀମନ୍ଦିର ପରେ ରାଜ୍ୟ ସରକାର ଏବେ ଲିଙ୍ଗରାଜ ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଛନ୍ତି। ସେଥିପାଇଁ ମନ୍ଦିର ଚାରିପାଖରେ ଥିବା ବିଭିନ୍ନ ଘରକୁ ଉଚ୍ଛେଦ କରାଯିବା ସହିତ ଏବେ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି।

ଏକାମ୍ର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଏହାଫଳରେ ଆଗାମୀ ଦିନରେ ଅଧିକ ଲୋକ ଜାଗର ଅବସରରେ ମହାଦୀପ ଉଠିବା ଦେଖିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିସହ ବିନ୍ଦୁସାଗରର ମଧ୍ୟ ଉନ୍ନତୀକରଣ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି।

Comment