ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ୍ ମାଧ୍ୟମରେ ପଶ୍ଚିମବଙ୍ଗରେ ଏକ ଦୁର୍ଗାପୂଜା ପେଣ୍ଡାଲର ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦୀ ଲୋକମାନଙ୍କୁ ସଚେତନ ରହିବା ସହ ଦୁର୍ଗାପୂଜା ପାଳିବାକୁ ପରାମର୍ଶ ଦେଇଛନ୍ତି।

ମୋଦୀ କହିଛନ୍ତି ଯେ, ଚଳିତବର୍ଷ କରୋନା ସଙ୍କଟ ଭିତରେ ଆମେ ସମସ୍ତେ ଦୁର୍ଗାପୂଜା ପାଳୁଛେ। ତେଣୁ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ନିହାତି ଦରକାର। ଆଜି ଦିଲ୍ଲୀରେ ରହି ମଧ୍ୟ ତାଙ୍କୁ ପଶ୍ଚିମବଙ୍ଗରେ ରହିଲା ଭଳି ଲାଗୁଛି। ଚଳିତବର୍ଷ କଟକଣା ଭିତରେ ହେଲେ ମଧ୍ୟ ଦୁର୍ଗାପୂଜା ହେଉଥିବାରୁ ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଦେବୀ ଦୁର୍ଗାଙ୍କୁ ଦୁର୍ଗତି ନାଶିନୀ ବୋଲି କୁହାଯାଏ। ଅର୍ଥାତ ସେ ମାନବ ସମାଜର ଦୁଃଖ ଦୂର କରିଥାନ୍ତି। ନାରୀଶକ୍ତି ସବୁ ବିପଦକୁ ପରାସ୍ତ କରିପାରେ ବୋଲି ମୋଦୀ ଦୁର୍ଗାପୂଜା ପେଣ୍ଡାଲ ଉଦଘାଟନ ଅବସରରେ କହିଛନ୍ତି। ଏଥିସହ ବିଜେପି ମଧ୍ୟ ସବୁବେଳେ ନାରୀଶକ୍ତିର ବିକାଶ ସହିତ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇଆସିଛି ବୋଲି ମୋଦୀ କହିଛନ୍ତି।

Comment