ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ ତଥା ଲେଖକ ଥିଲେ କାଦର ଖାନ। ୧୯୭୧ରୁ ୨୦୧୭ ଯାଏଁ ସେ ବଲିଉଡରେ ସିକ୍ରିୟ ଥିଲେ। ବିଭିନ୍ନ ଚରିତ୍ରରେ ତାଙ୍କର ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ସ୍ମୃତିପଟ୍ଟରେ ଏବେ ବି ଅମର ଅଛନ୍ତି। ଆଜି ସେହି ପ୍ରଖ୍ୟାତ ଅଭିନେତାଙ୍କ ଜୟନ୍ତୀ। ଆଜି ଜନ୍ମଦିନରେ ଆସନ୍ତୁ ଜାଣିବା ଫିଲ୍ମ ଜଗତକୁ ତାଙ୍କର ଅବଦାନ ସମ୍ପର୍କରେ…

୧୯୩୭ ମସିହା ଅକ୍ଟୋବର ୨୨କାରିଖରେ କାବୁଲରେ କାଦର ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ହାସ୍ୟ ଅଭିନେତା, ଲେଖକ, ନିର୍ଦ୍ଦେଶକ ଆଦି ବହୁ ଗୁଣର ଅଧିକାରୀ ଥିଲେ।

ବଲିଉଡରେ କାଦର ଖାନ୍‌ ୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ଅଧିକାଂଶ ଫିଲ୍ମରେ ଡାଏଲଗ୍‌ ଲେଖି ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ। ତାଙ୍କର ସୁନ୍ଦର ଡାଏଲଗ୍ ଲାଗି ସେ ଗତ ୪ ଦଶକ ହେବ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ। ସେ ଅନେକ ଉର୍ଦ୍ଦୁ ଫିଲ୍ମରେ ବି ଡାଏଲଗ ଲେଖିଛନ୍ତି।

ଶରାବୀ, କୁଲି, ଲାବାରିସ୍‌, ମୁକ୍କଦର କା ସିକନ୍ଦର, ଅମର ଆକବର ଆଦି ଫିଲ୍ମରେ ଡାଏଲଗ୍‌ ଲେଖିଥିଲେ। କାଦର ଖାନ୍‌ ୮୦ ଓ ୯୦ଦଶକରେ ପ୍ରାୟ ସମସ୍ତ ଫିଲ୍ମରେ ସବୁପ୍ରକାର ଚରିତ୍ରରେ ସେ ଅଭିନୟ କରିଛନ୍ତି।

କାଦର ୧୯୭୩ ମସିହାରେ ‘ଦାଗ’ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ସେ ଜଣେ ଓକିଲଙ୍କ ଚରିତ୍ରରେ ନଜର ଆସିଥିଲେ। ଏହା ପରେ ୧୯୭୪ରେ ସାଗିନା, ଦିଲ୍‌ ଦିୱାନା, ୧୯୭୫ରେ ଅନାଡି ଏହିପରି ଅନେକ ଫିଲ୍ମରେ ଅଭିନୟ କରିଥିଲେ।

କାଦର ନିଜର ଦକ୍ଷ ଅଭିନୟ, ସୁନ୍ଦର ଡାଏଲଗ୍‌ ପାଇଁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୨୦୧୩ରେ କାଦର ସାହିତ୍ୟ ଶିରୋମଣି ପୁରସ୍କାରରେ ପରସ୍କୃତ ହୋଇଥିଲେ। ୧୯୮୨ ମସିହାରେ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ। ୧୯୯୧ ମସିହାରେ ବେଷ୍ଟ କମେଡିଆନ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା।

ସେ କେବଳ ଜଣେ ଭଲ ଅଭିନେତା ବା ଲେଖକ ଥିଲେ ତାହା ନୁହେଁ। ସେ ତାଙ୍କ ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲେ। କାଦରଙ୍କର ପ୍ରାରମ୍ଭିକ ଶିକ୍ଷା ମୁମ୍ବାଇ ମ୍ୟୁନିସିପାଲରେ ଆରମ୍ଭ କରିଥିଲେ। କାଦରଙ୍କର ଗ୍ରାଜୁଏସନ ଇସ୍ମାଇଲ ୟୁସୁଫ୍ କଲେଜରେ ସମାପ୍ତ ହୋଇଥିଲା।

ସେ ମେଧାବୀ ଛାତ୍ର ହେବା ସହିତ ଜଣେ ଭଲ ଶିକ୍ଷକ ହୋଇପାରିଥିଲେ। ୧୯୭୦ରୁ ୧୯୭୫ ପର୍ଯ୍ୟନ୍ତ ସେ  ମୁମ୍ବାଇ ୟୁନିଭର୍ସିଟିରେ ଶିକ୍ଷକତା କରିଥିଲେ। କାଦର ଖାନ ଶେଷଥର ପାଇଁ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ‘ଦିମାଗ କି ଦହି’ ଫିଲ୍ମରେ ନଜର ଆସିଥିଲେ।

Comment