ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତକୁ କରୋନା ଟିକା ଆସିବା ପରେ ତାମିଲନାଡୁବାସୀଙ୍କୁ ଏହି ଟିକା ମାଗଣାରେ ଦିଆଯିବ। ଏନେଇ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ଘୋଷଣା କରିଛନ୍ତି।

ତାମିଲନାଡୁ ସରକାର କରୋନା ଟିକାକୁ ମାଗଣାରେ ତାଙ୍କ ରାଜ୍ୟବାସୀଙ୍କୁ ଯୋଗାଇଦେବେ। ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି ବୋଲି ପଲାନିସ୍ୱାମୀ କହିଛନ୍ତି।

ଏହାପୂର୍ବରୁ ବିହାରବାସୀଙ୍କୁ ମଧ୍ୟ ମାଗଣାରେ କରୋନା ଟିକା ଦିଆଯିବ ବୋଲି ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି। ଯଦି ଏଥର ନିର୍ବାଚନରେ ବିଜେପି ସମର୍ଥିତ ଏନଡିଏ ମେଣ୍ଟ ଜିତାପଟ ହାସଲ କରେ ତେବେ ବିହାରବାସୀଙ୍କୁ କରୋନା ଟିକା ମାଗଣାରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହି ଘୋଷଣାର କିଛି ସମୟ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘୋଷଣା କରିଛନ୍ତି।

Comment