ଓଡ଼ିଶାଲାଇଭ୍ ବ୍ୟୁରୋ

ଉପନିର୍ବାଚନ ପାଇଁ ନିଯୁକ୍ତ ପୋଲିଂ ଅଫିସର ଓ ସୁରକ୍ଷା କର୍ମୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ। ଯଦି ଏହି ନିର୍ବାଚନ ଅଧିକାରୀମାନେ ଡ୍ୟୁଟି କରୁ କରୁ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାନ୍ତି ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ।

ପୋଲିଂ ଅଫିସର ଓ ସୁରକ୍ଷା କର୍ମୀଙ୍କ ସହିତ ନିର୍ବାଚନରେ ନିଯୁକ୍ତ ଥିବା ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ଇଞ୍ଜିନିୟରମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ। ଯଦି ସେମାନଙ୍କ ଭିତରକୁ କେହି ବି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାନ୍ତି ତେବେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ।

କରୋନା କାଳରେ ବିହାରରେ ବିଧାନସଭା ନିର୍ବାଚନ ହେବା ସହିତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଉପ ନିର୍ବାଚନ ହେଉଛି। ଓଡ଼ିଶାରେ ମଧ୍ୟ ନଭେମ୍ବର 3ରେ ଉପ ନିର୍ବାଚନ ହେବାକୁ ଅଛି। ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଓଡ଼ିଶାରେ ଉପ ନିର୍ବାଚନ ହେବ।

Comment