ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଦଶହରାରେ ପାଗ ଶୁଖିଲା ରହିବ। ଆଗାମୀ ତିନି,ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରକାର ବର୍ଷା ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ ବିଜ୍ଞାନୀ ଶେଖ୍ ହବିବୁର ରେହମାନଙ୍କ ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଛି। ହେଲେ ଅନ୍ୟ ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିଛି। ରାଜ୍ୟରେ ଆଗାମୀ ୩ରୁ ୪ ଦିନ ଏହି ଭଳି ଶୁଖିଲା ପାଗ ଲାଗି ରହିବ।

ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀରେ ସର୍ବାଧିକ ବର୍ଷା ହୋଇଛି। ସେଠାରେ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ପଛକୁ ଢେଙ୍କନାଳର ହିନ୍ଦୋଳରେ ସର୍ବାଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Comment