ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସୀମାରେ ଚକ୍କର କାଟୁଥିବା ପାକିସ୍ତାନୀ କ୍ୱାଡକାପ୍ଟରକୁ ଗୁଳି ମାରି ଖସାଇଲା ସେନା। ଶନିବାର ଜମ୍ମୁ କଶ୍ମୀରର କେରନ ସେକ୍ଟର ପାଖରେ ଗୋଟିଏ ପାକିସ୍ତାନୀ କ୍ୱାଡକାପ୍ଟର ବୁଲୁଥିବା ଭାରତୀୟ ଯବାନମାନେ ଦେଖିବାକୁ ପାଇଥିଲେ। ଏହାପରେ ଯବାନମାନେ ତୁରନ୍ତ ଏହି କ୍ୱାଡକାପ୍ଟରକୁ ଗୁଳିମାରି ତଳକୁ ଖସାଇଦେଇଛନ୍ତି।

ପ୍ରାଥମିକ ତଦନ୍ତରୁ ଏହି କ୍ୱାଡକାପ୍ଟରଟି ଚୀନ୍ କମ୍ପାନି ଡିଜେଆଇ ମାବିକ୍ ଦ୍ୱାରା ନିର୍ମିତ ବୋଲି ଜଣାପଡ଼ିଛି। ଯାହାକୁ ପାକିସ୍ତାନର ସ୍ପେଶାଲ ସର୍ଭିସ ଗ୍ରୁପ୍ ଭାରତକୁ ପଠାଇଥିଲା। କ୍ୱାର୍ଡକାପ୍ଟରଟି ସୀମା ପାଖରେ ପ୍ରାୟ ଏକ ଘଣ୍ଟା ଚକ୍କର କାଟିବା ପରେ ଯବାନଙ୍କ ନଜରରେ ଧରାପଡ଼ିଥିବା କୁହାଯାଇଛି।

କ୍ୱାଡକାପ୍ଟର ହେଉଛି ଏକ ପ୍ରକାର ଡ୍ରୋନ୍। ଯାହା ସାହାଯ୍ୟରେ ପାକିସ୍ତାନ ଭାରତୀୟ ସେନାଙ୍କ ଉପରେ ନଜର ରଖୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଏହା ସାହାଯ୍ୟରେ ପାକିସ୍ଥାନ ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ମଧ୍ୟ କୁହାଯାଉଛି।

ଏହାପୂର୍ବରୁ ମଧ୍ୟ ଅନେକ ଥର ସୀମାରେ ଏଭଳି ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛି। ଗତବର୍ଷ ଜାନୁଆରି ମାସରେ ଓ ନଭେମ୍ବର ମାସରେ ପଞ୍ଜାବର ହୁସେନୱାଲା ସେକ୍ଟରରେ ଏଭଳି ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଥିଲା। ଯାହାକୁ ଭାରତୀୟ ଯବାନମାନେ ଗୁଳିମାରି ତଳକୁ ଖସାଇ ଦେଇଥିଲେ।

Comment