ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ନାଁରେ ଆଉ ଏକ ଅଭିଯୋଗ ଆସିଛି। ମହେଶ ଭଟ୍ଟଙ୍କୁ ବଲିଉଡର ଡନ୍‌ କହିବା ସହିତ ତାଙ୍କର ଡ୍ରଗ୍ସ ଲିଙ୍କ୍‌ରେ ସଂପୃକ୍ତି ଅଛି ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଲୁଭିନା ଲୋଧ। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଏହି କଥା କହିଛନ୍ତି।

ଭିଡିଓରେ ଅଭିନେତ୍ରୀ ଲୁଭିନା ନିଜକୁ ମହେଶ ଭଟ୍ଟଙ୍କ ଭଣଜା ସୁମିତଙ୍କ ପତ୍ନୀ ବୋଲି କହିଛନ୍ତି। ସୁମିତ ଡ୍ରଗ୍ସ ବ୍ୟବସାୟ କରିନ୍ତି। ଏ ସବୁ ବିଷୟରେ ମହେଶ ଭଟ୍ଟ ଜାଣନ୍ତି। ମହେଶ ଭଟ୍ଟଙ୍କ ବିନା ଇସାରାରେ ବଲିଉଡରେ ପତ୍ରଟିଏ ହଲେ ନାହିଁ ବୋଲି ସେ କହିଛନ୍ତି।

ଏହି ଅଭିଯୋଗ ଆଣିବା ପରେ ତାଙ୍କ ଜୀବନ ପ୍ରତି ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ସେ କହିଛନ୍ତି।

ଅଭିନେତ୍ରୀ ଲୁଭିନା ଲୋଧ ବଲିଉଡ ଅପେକ୍ଷା ତାମିଲ ଫିଲ୍ମ ଓ କନ୍ନଡ ଫିଲ୍ମରେ ଅଧିକ ସକ୍ରିୟ। କନ୍ନଡ ଫିଲ୍ମ ‘ନିର୍ଦ୍ଦେଶୀ’ରୁ ସେ ଅଭିନୟରେ ଡେବ୍ୟୁ କରିଥିଲେ।

Comment