ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମଓ୍ଵାର୍କ (ଏନ୍ଆଇଆର୍‌ଏଫ୍) ରାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବିଶ୍ୱବିଦ୍ୟାଳୟ) ସାଉଣ୍ଟିଛି ଆଉ ଏକ ସଫଳତା। ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସାମଗ୍ରିକ କ୍ୟୁଏସ୍ ଆଇ-ଗଜ୍ ‘ଡାଇମଣ୍ଡ ରେଟିଂ’ ହାସଲ କରିଛି ସୋଆ।

ଶିକ୍ଷା ପ୍ରଦାନ ଓ ଗ୍ରହଣ, ନିଯୁକ୍ତି, ସୁବିଧା ସୁଯୋଗ, ସାମାଜିକ ଦାୟିତ୍ୱ, ଗବେଷଣା ଓ ମାନ୍ୟତା ଏଭଳି ୬ଟି ମାପଦଣ୍ଡ ଆଧାରରେ ଭାରତର ବିଭିନ୍ନ ବିଶ୍ଵବିଦ୍ୟାଳୟକୁ ଏକ ଅନୁଶୀଳନ କରାଯାଇଥିଲା। ତେବେ ଏହି ଅନୁଶୀଳନରେ ସୋଆର ପାରଦର୍ଶିତା ଖୁବ୍ ଭଲ ଥିବା ଯୋଗୁଁ ସୋଆକୁ ଏହି ‘ଡାଇମଣ୍ଡ ରେଟିଙ୍ଗ୍’ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି କ୍ୟୁଏସ୍ ଆଇ-ଗଜ୍‌ର ନିର୍ଦ୍ଦେଶକ ଶୁଭାୟୁ ନାୟକ।

ଗୁରୁବାର ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ରାଙ୍କିଙ୍ଗ ସୋଆକୁ ପ୍ରଦାନ କରାଯାଇଛି। ପୂର୍ବରୁ କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ମଧ୍ୟ ସୋଆକୁ କ୍ୟୁଏସ୍ ଆଇ-ଗଜ୍‌ର ପକ୍ଷରୁ ଇ-ଲର୍ଣ୍ଣିଂ ଏକ୍ସିଲେନ୍ସ ଫର ଏକାଡେମିକ ଡିଜିଟାଇଜେସନ (ଇ-ଲିଡ) ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।

Comment