ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୟାଦଶମୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦାର୍ଜିଲିଂର ସୁକନା ଯୁଦ୍ଧ ସ୍ମାରକରେ ଶସ୍ତ୍ର ପୂଜା କରିଛନ୍ତି। ଏହି ଅବସରରେ ରାଜନାଥଙ୍କ ସହିତ ସ୍ମାରକ ସ୍ଥଳରେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ୱାଣେ ଉପସ୍ଥିତ ଥିଲେ।

ତେବେ ଶସ୍ତ୍ର ପୂଜା କରିବା ଅବସରରେ ରାଜନାଥ ଚୀନକୁ ମଧ୍ୟ କଡ଼ା ସନ୍ଦେଶ ଦେଇଛନ୍ତି। ଚୀନ ସହ ଉତେଜନା କମ କରିବା ଓ ସଂପୃକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି। କିନ୍ତୁ ଚୀନ ଯଦ ନସୁଧୁରେ ତେବେ ଭାରତ ବି ପଛକୁ ହଟିବନି ବୋଲି ସେ କହିଛନ୍ତି।

ସୁକନା ଯୁଦ୍ଧ ସ୍ମାରକରେ ପୂଜା ସାରି ରାଜନାଥ ସିକିମ୍‌ ଗସ୍ତ କରିଛନ୍ତି। ସିକିମର ନାଥୁଲରେ ସେ ଯବାନଙ୍କୁ ଭେଟି ତାଙ୍କ ମନୋବଳ ବଢ଼ାଇବା ସହିତ ସେଠାରେ ମଧ୍ୟ ଶସ୍ତ୍ର ପୂଜା କରିଛନ୍ତି।

Comment