ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଜବ ସଂଯୋଗ। ଗୋଟିଏ ଦିନରେ ଜନ୍ମ ହୋଇଥିଲେ ଓ ଗୋଟିଏ ଦିନରେ ବିବାହ କଲେ କେରଳର ୩ ଭଉଣୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେବଳ ସମାନ ଦିନ ନୁହେଁ, ଏହି ୩ ଭଉଣୀ ବିବାହ ଦିନ ସମାନ ରଙ୍ଗର ଶାଢ଼ି ଓ ଅଳଙ୍କାର ମଧ୍ୟ ପିନ୍ଧିଥିଲେ। ଏମିତି ଏକ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

୧୯୯୫ ନଭେମ୍ବର ମାସରେ ଗୋଟିଏ ଦିନରେ ଜଣେ ମା’ଙ୍କଠାରୁ ଭାଇ ଭଉଣୀ ୫ ଜଣ ଜନ୍ମ ହୋଇଥିଲେ। ସେତେବେଳେ ଏହି ଖବର ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଏହି ପିଲାମାନେ ଦେଖିବାକୁ ପ୍ରାୟ ଏକାପରି। ତେଣୁ ସ୍ଥାନୀୟ ଅଞ୍ଚଳରେ ଏମାନଙ୍କୁ ନେଇ ଲୋକେ ସବୁବେଳେ ଚର୍ଚ୍ଚା କରୁଥିଲେ। ଏମିତିକି ସ୍କୁଲରେ ଏହି ୫ ଭାଇ ଭଉଣୀ ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟୁଥିଲେ।

ପିଲାମାନଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ବାପା ପ୍ରେମ କୁମାରଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମା’ ରିମା ଦେବୀ ପିଲାଙ୍କୁ ଏକୁଟିଆ ସମ୍ଭାଳିଥିଲେ।

ଗତ ଏପ୍ରିଲ ମାସରେ ଏହି ୩ ଭଉଣୀଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। ମାତ୍ର ଲକଡାଉନ ଯୋଗୁଁ ବିବାହ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ତେବେ ଗତ ଅକ୍ଟୋବର ୨୪ ତାରିଖରେ କେରଳର ଗୁରୁବାୟୁରେ ଗୋଟିଏ ଦିନରେ କୋଭିଡ କଟକଣା ଭିତରେ ଏହି ୩ ଭଉଣୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି।

Comment