ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ ତଦାରଖ କରିବାକୁ ସୁପ୍ରିମକୋର୍ଟ ମନା କରିବା ସହ ତଦାରଖ ଆହ୍ଲାବାଦ ହାଇକୋର୍ଟ କରିବେ ବୋଲି କହିଛନ୍ତି।

ସିବିଆଇର ତଦନ୍ତ ଅଗ୍ରଗତିକୁ ହାଇକୋର୍ଟ ତଦାରଖ କରିବେ ବୋଲି କୋର୍ଟ କହିଛନ୍ତି। ଏଥିସହିତ ପୀଡ଼ିତାଙ୍କ ପରିବାକୁ ସୁରକ୍ଷା ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରାଯିବା ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା। ଏଥିସହିତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ପିଟିସନରେ କୁହାଯାଇଥିଲା।

କ’ଣ ଥିଲା ହାଥରସ ଘଟଣା?

ସେପ୍ଟେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ହାଥରସଠାରେ ଉଚ୍ଚ ଜାତିର ୪ ଜଣ ଯୁବକ ଜଣେ ଅନୁସୂଚିତ ବର୍ଗର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ନିଜ ଗାଁ କ୍ଷେତରେ ଘାସ କାଟୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଯାଇଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ଛାଡ଼ି ଚାଲିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବର ୨୯ରେ ପୀଡ଼ିତା ଆଖି ବୁଜି ଦେଇଥିଲେ।

Comment